ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିଆ, ସାମ୍ନାକୁ ଆସିଲା ପ୍ରଥମ Video

ମୁମ୍ବାଇ,୫।୩: ପୂର୍ବତନ ଭାରତୀୟ କ୍ରିକେଟର ତଥା କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇରେ ସାନିଆ ଚନ୍ଦୋକଙ୍କୁ ବହୁତ ଧୁମଧାମରେ ​​ବିବାହ କରିଛନ୍ତି । ଦୁହେଁ ଅଗ୍ନିକୁ ସାଖି ରଖି ସାତ ଜନ୍ମର ସାଥି ହୋଇଛନ୍ତି । ଅର୍ଜୁନଙ୍କ ବିବାହରେ ଅନେକ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ, ଯେଉଁଥିରେ କ୍ରିକେଟର ଏବଂ ପ୍ରମୁଖ ସେଲିବ୍ରିଟି ମଧ୍ୟ ସାମିଲ ଥିଲେ । ଅର୍ଜୁନଙ୍କ ବିବାହର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅର୍ଜୁନ ସାନିଆଙ୍କୁ ବରମାଳା ପିନ୍ଧାଉଥିବା ଦେଖାଯାଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଅର୍ଜୁନ ତେନ୍ଦୁଲକର ପ୍ରଥମେ ସାନିଆ ଚନ୍ଦୋକଙ୍କୁ ବରମାଳା ପିନ୍ଧାଇଥିଲେ । ତା’ପରେ ଅର୍ଜୁନ ଏବଂ ସାନିଆ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ବାପା ସଚିନ ତେନ୍ଦୁଲକର ସେମାନଙ୍କ ପଛରେ ଠିଆ ହୋଇ ଫୁଲ ବର୍ଷା କରୁଛନ୍ତି । ଅର୍ଜୁନଙ୍କ ମାଆ ଅଞ୍ଜଳି ତେନ୍ଦୁଲକର ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି ।

ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚନ୍ଦୋକଙ୍କ ବିବାହରେ ଅନେକ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଯୋଗ ଦେଇଥିଲେ। ଅର୍ଜୁନ ଏବଂ ସାନିଆଙ୍କ ବିବାହରେ ରାହୁଲ ଦ୍ରାବିଡ, ରବି ଶାସ୍ତ୍ରୀ, ଅନିଲ କୁମ୍ବଲେ, ସୁନୀଲ ଗାଭାସ୍କର, ଏମଏସ ଧୋନି, ୟୁସୁଫ ପଠାନ ଏବଂ ଇରଫାନ ପଠାନ ପ୍ରମୁଖ ସାମିଲ ଥିଲେ ।

 

Dharitri – Odisha’s No.1 Odia Daily

Share