Categories: Home Leftଖେଳ

ଟିମ ଇଣ୍ଡିଆକୁ ଫେରିବେ ସଚିନ ତେନ୍ଦୁଲକର! ବିସିସିଆଇକୁ ବଡ଼ ପ୍ରସ୍ତାବ ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୪।୧୧: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨୨ ତାରିଖରୁ ପର୍ଥରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଏହା ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଡବ୍ଲ୍ୟୁଭି ରମଣ ଦଳକୁ ଭଲ ଫର୍ମକୁ ଆଣିବାକୁ ଭାରତୀୟ ଟିମ ଓ ବିସିସିଆଇକୁ ବଡ଼ ପରାମର୍ଶ ଦେଇଛନ୍ତି। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଟିମ ଇଣ୍ଡିଆର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦେବାକୁ ରମଣ କହିଛନ୍ତି। ରମଣଙ୍କ କହିବାନୁଯାୟୀ, ଯଦି ବିସିସିଆଇ ସଚିନ ତେନ୍ଦୁଲକରଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ବ୍ୟାଟିଂ ପରାମର୍ଶଦାତା ଭାବେ ଆଣେ ତେବେ ଖେଳାଳିଙ୍କୁ ଭଲ ଫାଇଦା ମିଳିପାରେ। ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ କିଛି ଦିନ ବାକି ଅଛି। ଆଜିକାଲି ଏକ ପରାମର୍ଶଦାତା ଆଣିବା ଏକ ନୂଆ କଥା ନୁହେଁ।

ଭାରତୀୟ କ୍ରିକେଟ ଦଳର ଦୁଇଜଣ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ସେତେଟା ଭଲ ପଦର୍ଶନ କରୁନାହାନ୍ତି। ବିରାଟ-ରୋହିତଙ୍କୁ ଭଲ ଫର୍ମକୁ ଆଣିବାରେ ସଚିନ ତେନ୍ଦୁଲକରଙ୍କ ସାହାଯ୍ୟ ନେବାକୁ ବିସିସିଆଇକୁ ପରାମର୍ଶ ଦେଇଛନ୍ତି ରମଣ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ଟେଷ୍ଟରେ ରୋହିତ ୯୧ ରନ କରିଥିବା ବେଳେ ବିରାଟ କେବଳ ୯୩ ରନ କରିଥିଲେ।