ସୁପର ସଣ୍ଡେରେ ହେବ ସୁପର ଫାଇଟ: ଅହମ୍ମଦାବାଦରେ ପହଞ୍ଚିଲେ ସଚ୍ଚିନ ତେନ୍ଦୁଲକର

ଅହମ୍ମଦାବାଦ,୧୯।୧୧:ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ହେବ ମହା ମୁକାବିଲା। ସୁପର ସଣ୍ଡେରେ ହେବାକୁ ଯାଉଛି ସୁପର ଫାଇଟ୍‌। ଟିମ୍‌ ବ୍ଲୁ ଟିମ୍‌ ୧୧ ଫାଇନାଲ ମ୍ୟାଚ ପାଇଁ ଅଣ୍ଟା ଭିଡି ସାରିଲେଣି। ଏହାରି ଭିତରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ଅହମ୍ମଦାବାଦ ପହଞ୍ଚିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦେଲକର। ଏହାପୂର୍ବରୁ ଶନିବାର ସୌରଭ ଗାଙ୍ଗୁଲି ଅହମ୍ମଦାବାଦ ପହଞ୍ଚି ସାରିଛନ୍ତି।
ସାମ୍ବାଦିକଙ୍କ ସହ କଥା ହେବା ସମୟରେ ସେ ଟିମ୍‌ ଇଣ୍ଡିଆକୁ ଶୁଭକାମନା ଜଣାଇଛନ୍ତି।