ନ୍ୟୁୟର୍କ,୫ା୯: ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍ର ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ ଶନିବାର ଆମେରିକାର ଆମାଣ୍ଡା ଆନିସିମୋଭା ଓ ନମ୍ବର-୧ ଖେଳାଳି ବୋଲାରୁଷର ଆରିନା ସାବାଲେଙ୍କାଙ୍କ ମଧ୍ୟରେ ହେବ।
ଆନିସିମୋଭା ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଚାରି ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଜାପାନର ନାଓମି ଓସାକାଙ୍କୁ ୬-୭ (୪), ୭-୬ (୩), ୬-୩ରେ ହରାଇ ଦେଇଛନ୍ତି। ମହିଳା ଟେନିସ୍ର ଦୁଇ ଶକ୍ତିଶାଳୀ ଫାଷ୍ଟ ଷ୍ଟ୍ରାଇକ୍ ହିଟରଙ୍କ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ ଦୀର୍ଘ ୨ଘଣ୍ଟା ୫୬ମିନିଟ ଧରି ଚାଲିଥିଲା।
ନ୍ୟୁଜର୍ସିରେ ଜନ୍ମ ଗ୍ରହଣ କରିଥିବା ଫ୍ଲୋରିଡାରେ ବଢ଼ିଥିବା ୨୪ବର୍ଷୀୟା ୮ମ ସିଡ ଆନିସିମୋଭା ତାଙ୍କର କ୍ରମାଗତ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ ବେଲାରୁଷର ସାବାଲେଙ୍କା ସେମିଫାଇନାଲରେ ଆମେରିକାର ଜେସିକା ପେଗୁଲାଙ୍କୁ ୪-୬, ୬-୩, ୬-୪ରେ ହରାଇ ଦେଇଛନ୍ତି। ଫଳରେ ଏହି ଚାମ୍ପିୟନଶିପ୍ରେ ଆନିସିମୋଭା ଓ ସାବାଲେଙ୍କାଙ୍କ ମଧ୍ୟରେ କ୍ରମାଗତ ଦ୍ୱିତୀୟ ଥର ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି।