ବାସ୍ତୁ ଅନୁସାରେ ଘର ସାମ୍ନାରେ ଅଶୋକ ଗଛ ଥିବା ନଚେତ ଲଗାଇବା ବହୁତ ଶୁଭ। କାରଣ ଏହି ଗଛ ସକରାତ୍ମକ ଉର୍ଜା ଆଣିଥାଏ। ଏଥିସହ ଏହି ଗଛ ସୁଖ, ସମୃଦ୍ଧି ଏବଂ ଖୁସିର ପ୍ରତୀକ। ତେବେ ଯଦି ଏହାର ଦିଗ ଠିକ୍ ଥାଏ ତେବେ ହିଁ ଏହାର ଲାଭ ମିଳିଥାଏ।
ବାସ୍ତୁ ଅନୁସାରେ ଅଶୋକ ଗଛକୁ ଘରର ଉତ୍ତର ଦିଗରେ ଲଗାଇବା ବେଶ ଶୁଭ ହୋଇଥାଏ। ଏହାକୁ ଲଗାଇଲେ ଘରେ ନକରାତ୍ମକ ଉର୍ଜା ବାସ କରିପାରି ନ ଥାଏ।
ଏହି ଦିଗରେ ଗଛ ରହିଲେ ମାନସିକ ଦୁଶ୍ଚିନ୍ତା ଦୂର ହେବାରେ ସହାୟକ ହୋଇଥାଏ। ଏହି ଗଛର ପତ୍ରକୁ ମାଂଗଳିକ କାର୍ଯ୍ୟରେ ପ୍ରୟୋଗ କରାଯାଇଥାଏ।