Categories: Home Leftଖେଳ

ସିଏସ୍‌କେକୁ ଜବରଦସ୍ତ ଫିନିଶିଂ ଦେଲେ ରୁତୁରାଜ

ଦୁବାଇ,୧୯।୯: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଆଗରେ ୧୫୭ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଛି। ଆରମ୍ଭରୁ ୩ ଓଭରରେ ୩ ଉଇକେଟ୍‌ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଚେନ୍ନାଇ। ଏଭଳି ପରିସ୍ଥିତିରେ ଖେଳିବା ପାଇଁ ଜଣାଶୁଣା କ୍ୟାପଟେନ କୁଲ ଭାବେ ଜଣାଶୁଣା ଅଧିନାୟକ ମହେନ୍ଦ୍ର ଧୋନୀ (୩) ମଧ୍ୟ ଫେଲ ମାରି ନ ଥିଲେ। ଲାଗୁଥିଲା ସିଏସ୍‌କେ ଖୁବ୍‌ ଶୀଘ୍ର ଅଲଆଉଟ୍‌ ହୋଇଯିବ। କିନ୍ତୁ ଆରମ୍ଭରୁ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ରୁତୁରାଜ ଗାଏକ୍ୱାଡ ଶେଷ ଆଡ଼କୁ ମୁମ୍ବାଇର ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ। ସେ ୫୮ ବଲରେ ଖେଳିଥିଲେ ୮୮ ରନ୍‌ର ଅପରାଜିତ ଅର୍ଦ୍ଧଶତକୀୟ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୯ ଚୌକା ଓ ୪ ଛକା। ତାଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା (୨୬) ଓ ଡ୍ବେନ ବ୍ରାଭୋ (୨୩)ଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁ ସିଏସ୍‌କେ ୨୦ ଓଭରରେ ୬ ଉଇକେଟ ହରାଇ ୧୫୬ ରନ୍‌ କରିବାକୁ ସକ୍ଷମ ହୋଇଛି। ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ ଓ ଯଶପ୍ରୀତ ବୁମରା ୨ ଲେଖାଏ ଉଇକେଟ ହାତେଇଥିଲେ।

Share