ରୁଷିଆର ସମରାଭ୍ୟାସ ଆରମ୍ଭ: ଭାରତ, ଚାଇନା ସାମିଲ

ମସ୍କୋ,୧ା୯: ୟୁକ୍ରେନ୍‌ ଉପରେ ଆକ୍ରମଣ ମଧ୍ୟରେ ରୁଷିଆ ବଡ଼ ଧରଣର ସମରାଭ୍ୟାସ ଭୋଷ୍ଟୋକ୍‌-୨୦୨୨ ଗୁରୁବାର ଆରମ୍ଭ କରିଛି। ଏଥିତ୍ରେ ଭାରତ, ଚାଇନା ସମେତ ସୋଭିଏଟ୍‌ ସଂଘ ଅମଳର କେତେକ ଦେଶ ଏବଂ ଲାଓସ୍‌, ମଙ୍ଗୋଲିଆ, ନିକାରାଗୁଆ, ସିରିଆ ମଧ୍ୟ ସାମିଲ ହୋଇଛନ୍ତି। ପୂର୍ବ ରୁଷିଆ ଏବଂ ଜାପାନ ସାଗରରେ ଏହି ମିଲିଟାରି ଡ୍ରିଲ ଚାଲିଛି। ୭ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମରାଭ୍ୟାସରେ ୫୦ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟ, ୫ ହଜାର ଯୁଦ୍ଧାସ୍ତ୍ର ୟୁନିଟ୍‌, ୧୪୦ ଯୁଦ୍ଧବିମାନ, ୬୦ ଓ୍ବାର୍‌ଶିପ୍‌ ଆଦି ସାମିଲ ହେବେ। ଆମେରିକା ଏହାକୁ ଚିନ୍ତାଜନକ ବୋଲି କହିଛି। ହ୍ବାଇଟ୍‌ହାଉସ୍‌ ସଚିବ ଜିନ୍‌ ପିୟର କହିଛନ୍ତି, କୌଣସି ଦେଶ ରୁଷିଆ ସହ ମିଶି ସମରାଭ୍ୟାସ କରିବା ଆମେରିକା ପାଇଁ ଚିନ୍ତାର ବିଷୟ। ୟୁକ୍ରେନ୍‌ ଉପରେ ରୁଷିଆ ବିନା କାରଣରେ ଆକ୍ରମଣ କରିଛି। ତେଣୁ ମିଲିଟାରି ଡ୍ରିଲରେ ଭାଗ ନେଇଥିବା ଦେଶଗୁଡ଼ିକ ନିଜେ ଏ ଦିଗରେ ବିଚାର କରି ନିଷ୍ପତ୍ତି ନେବା କଥା।