ୟୁକ୍ରେନ ଉପରେ ରୁଷିଆର ଭୟଙ୍କର ଆକ୍ରମଣ: ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ରେ ୨୧ ମୃତ, ବ୍ୟାପକ କ୍ଷୟକ୍ଷତି…

କ୍ୱିଭ,୧୩।୪: ରୁଷିଆ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଭୟଙ୍କର ହେବାକୁ ଯାଉଛି। ରୁଷ ୟୁକ୍ରେନର ସୁମିରେ ଏକ ଭୟଙ୍କର ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ସୁମିରେ ବ୍ୟାପକ ଧ୍ୱଂସ ଘଟିଛିି। ଏହି ଆକ୍ରମଣରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରୁଷିଆ କ୍ଷେପଣାସ୍ତ୍ରଗୁଡ଼ିକ ସହରର ରାସ୍ତା, ସାଧାରଣ ଜୀବନ – ଆବାସିକ କୋଠା, ଶିକ୍ଷାନୁଷ୍ଠାନ, ରାସ୍ତାରେ ଥିବା କାରଗୁଡ଼ିକୁ ଟାର୍ଗେଟ କରିଛି। ରବିବାର ଦିନ ଲୋକମାନେ ଚର୍ଚ୍ଚକୁ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି।

ଏହି ଆକ୍ରମଣକୁ ରୁଷିଆ-ୟୁକ୍ରେନ ଯୁଦ୍ଧର ଏକ ନୂତନ ଅଧ୍ୟାୟ ଭାବରେ ବିବେଚନା କରାଯାଉଛି। ଏହା ପରେ ଯୁଦ୍ଧ ଅଧିକ ଭୟଙ୍କର ରୂପ ନେଇପାରେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପ୍ରାୟ ୨୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଶହ ଶହ ଲୋକେ ଆହତ ହୋଇଛନ୍ତି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ସମସ୍ତ ଜରୁରୀ ସେବା ଘଟଣାସ୍ଥଳରେ କାମ କରୁଛି।

ୟୁକ୍ରେନ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ବିଶ୍ୱକୁ କଡ଼ା ଜବାବ ଦେବା ଉଚିତ। ଆମେରିକା, ୟୁରୋପ, ବିଶ୍ୱର ପ୍ରତ୍ୟେକ ଲୋକ ଯେଉଁମାନେ ଏହି ଯୁଦ୍ଧ ଏବଂ ଏହି ହତ୍ୟାକାଣ୍ଡକୁ ସମାପ୍ତ କରିବାକୁ ଚାହାଁନ୍ତି। ରୁଷିଆ ଠିକ ଏହଭଳି ଆତଙ୍କ ଚାହୁଁଛି ଏବଂ ଏହି ଯୁଦ୍ଧକୁ ଆଗକୁ ନେଉଛି। ରୁଷିଆ ଉପରେ ଚାପ ବିନା ଶାନ୍ତି ଅସମ୍ଭବ। ଆଲୋଚନା କେବେ ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ଆକାଶ ବୋମା ବନ୍ଦ କରିନାହିଁ। ରୁଷ ପ୍ରତି ଏପରି ମନୋଭାବର ଆବଶ୍ୟକତା ଅଛି ଯାହା ଜଣେ ଆତଙ୍କବାଦୀ ପାଇବାର ଯୋଗ୍ୟ।

Share