A man walks with a bicycle in a street with destroyed Russian military vehicles near Chernihiv, Ukraine, Sunday, April 17, 2022. (AP Photo/Evgeniy Maloletka)
କ୍ୱିଭ,୮।୪: ରୁଷିଆ ଯୁକ୍ରେନ ମଧ୍ୟରେ ଯୁଦ୍ଧକୁ ଏବେ ବର୍ଷରୁ ଅଧିକ ସମୟ ହୋଇ ସାରିଛି। ହେଲେ ଏବେ ପର୍ଯ୍ୟନ୍ତ କେହି ପଛକୁ ହଟିବାକୁ ରାଜି ନୁହଁନ୍ତି। ଉଭୟ ଦେଶ ବିଜୟ ଧ୍ୱଜା ଉଡାଇବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଏହାରି ଭିତରେ ୟୁକ୍ରେନର ପ୍ରତିରକ୍ଷା ମନ୍ତୟଣାଳୟ ଦାବି କରିଛି ଯେ ରୁଷିଆ ସେନା ଦ୍ରୁତ ଗତିରେ ଆତ୍ମ ସମର୍ପଣ କରୁଛନ୍ତି। ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଦାବି କରିଛନ୍ତି କି ରୁଷିଆ ସେନା ବହୁ ପରିମାଣରେ ଆତ୍ମ ସମର୍ପଣ କରୁଛନ୍ତି। ବହୁ ଅଧିକ ସଂଖ୍ୟାରେ ରୁଷିଆ ସେନା ନିଜ ଜୀବନ ବଞ୍ଚାଇବାକୁ ଆତ୍ମ ସମର୍ପଣ କରିବାକୁ ଚାହୁଁଛନ୍ତି। ସେ ଦାବି କରିଛନ୍ତି କି କେତେଜଣ ରୁଷିଆ ସେନା ଯୁଦ୍ଧ କ୍ଷେତ୍ରରେ ୟୁକ୍ରେନ ସେନା ହାତରେ ଧରାପଡିଛନ୍ତି।
ୟୁକ୍ରେନ ଅଧିକାରୀମାନେ ଦାବି କରିଛନ୍ତି କି ଗତ ମାସରେ ପ୍ରାୟ ୩ ହଜାର ରୁଷିଆ ସେନା ଆତ୍ମ ସମର୍ପଣ କରିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି ଗତ ମାସ ଅପେକ୍ଷା ଏହା ଦ୍ୱିଗୁଣା ବୃଦ୍ଧି ହୋଇଛି। ସୂଚନାଯୋଗ୍ୟ, ୟୁକ୍ରେନର ଯୁଦ୍ଧ ବନ୍ଦୀଙ୍କ ପାଇଁ କାମ କରୁଥିବା ମୁଖ୍ୟାଳୟ, ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ୟୁକ୍ରେନର ଗୁଇନ୍ଦା ବିଭାଗ ମିଳିତ ଭାବେ ଏକ ହଟ ଲାଇନ ଆରମ୍ଭ କରିଛନ୍ତି, ଯେଉଁଥିରେ ଆତ୍ମ ସମର୍ପଣ କରୁଥିବା ସେନା ଅପିଲ କରିପାରିବେ।