Russia's President Vladimir Putin attends the launching ceremony of the new Euro+ combined oil refining unit at the Gazprom Neft Moscow Refinery, via video link at the Novo-Ogaryovo state residence outside Moscow, Russia July 23, 2020. Sputnik/Alexei Druzhinin/Kremlin via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY.
ମସ୍କୋ, ୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଯୁଦ୍ଧ ଛାଡ଼ି ଅହିଂସା ଉପାୟରେ ସମାଧାନର ବାଟ ଫିଟାଇବା ଦିଗରେ ଯାହା କିଛି ଆବଶ୍ୟକ, ଭାରତ ତାହା କରିବ ବୋଲି ମୋଦି ଜେଲେନ୍ସ୍କିଙ୍କୁ କହିଛନ୍ତି। ଏହାର ଦିନକ ପରେ ହ୍ବାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କ୍ୟାରିନ୍ ଜିନ୍-ପିଏରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଅନ୍ତର୍ଜାତୀୟ ସମୁଦାୟ ଏକ ଘରିକିଆ କରିଦେଇଛନ୍ତି। ରୁଷିଆର ଆକ୍ରମଣ ବିରୋଧରେ ମୁହଁ ଖୋଲିବା ଏବଂ କୂଟନୈତିକ ଉପାୟରେ ମସ୍କୋ ଉପରେ ଚାପ ପକାଇବା ପାଇଁ ଆମେ ବିଭିନ୍ନ ରାଷ୍ଟ୍ରକୁ ଆରମ୍ଭରୁ କହିଆସିଛୁ। ପୁଟିନ୍ ବାରମ୍ବାର ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଉଛନ୍ତି। ତାଙ୍କ ନିଷ୍ପତ୍ତି କୌଣସି ସହାନୁଭୂତି ପାଇବା ଯୋଗ୍ୟ ନୁହେଁ। ୟୁକ୍ରେନ୍ ନିଜ ସାର୍ବଭୌମତ୍ୱ ପାଇଁ ଲଢ଼େଇ କରୁଛି। କେବଳ ଆମେରିକା ନୁହେଁ, ସାରା ବିଶ୍ୱରେ ଆମ ସହଯୋଗୀ ଦେଶଗୁଡ଼ିକ କିଭ୍ ସହ ଛିଡ଼ା ହୋଇଛନ୍ତି। ପ୍ରକାଶ ଯେ, ଏହା ପୂର୍ବରୁ ସମରକନ୍ଦରେ ଆୟୋଜିତ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍ସିଓ) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ପୁଟିନ୍ଙ୍କୁ ‘ଏହା ଯୁଦ୍ଧର ଯୁଗ ନୁହେଁ’ ବୋଲି ପରାମର୍ଶ ଦେଇଥିଲେ। ସେତେବେଳେ ମଧ୍ୟ ଆମେରିକା ମୋଦିଙ୍କ ମନ୍ତବ୍ୟକୁ ପ୍ରଶଂସା କରିଥିଲା।