ସଫଳ କ୍ଲିନିକାଲ ପରୀକ୍ଷା ପରେ ରୁଷିଆର କ୍ୟାନ୍‌ସର ଟିକା ବ୍ୟବହାର ପାଇଁ ପ୍ରସ୍ତୁତ

ମସ୍କୋ,୭ା୯: ରୁଷୀୟ ବୈଜ୍ଞାନିକମାନେ ବିକଶିତ କରିଥିବା ନୂଆ କ୍ୟାନ୍‌ସର ଟିକାର ସଫଳ କ୍ଲିନିକାଲ ପରୀକ୍ଷା ପରେ ଏବେ ତାହା ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଥିବା ଫେଡେରାଲ ମେଡିକାଲ ଆଣ୍ଡ୍‌ ବାୟୋଲୋଜିକାଲ ଏଜେନ୍ସି (ଏଫ୍‌ଏମ୍‌ବିଏ) ପକ୍ଷରୁ କୁହାଯାଇଛି। ଇଷ୍ଟର୍ନ ଇକୋନୋମିକ୍‌ ଫୋରମ୍‌ରେ ଏଫ୍‌ଏମ୍‌ବିଏ ମୁଖ୍ୟ ଭେରୋନିକା ସ୍କୋର୍ଟସୋଭା ଏହା ଘୋଷଣା କରିଛନ୍ତି।

କୋଭିଡ୍‌-୧୯ ଭାକ୍ସିନ୍‌ରେ ବ୍ୟବହୃତ ଦୃଷ୍ଟିକୋଣ ଏମ୍‌ଆର୍‌ଏନ୍‌ଏ ଟେକ୍‌ନୋଲୋଜି ଆଧାରରେ ଇଣ୍ଟେରୋମିକ୍ସ ନାମକ କ୍ୟାନ୍‌ସର ଟିକା ପ୍ରସ୍ତୁତ ହୋଇଛି। ଦୁର୍ବଳ ଭୂତାଣୁ ବ୍ୟବହାର କରିବା ପରିବର୍ତ୍ତେ ଏମ୍‌ଆର୍‌ଏନ୍‌ଏ ଭାକ୍ସିନ୍‌ ଶରୀରର କୋଷଗୁଡ଼ିକୁ ପ୍ରୋଟିନ୍‌ ଉତ୍ପନ୍ନ କରିବାକୁ ଶିଖାଇଥାଏ, ଯାହା କ୍ୟାନ୍‌ସର ସେଲ୍‌ ବିରୋଧରେ ପ୍ରତିରୋଧ କ୍ଷମତା ବଢ଼ାଇଥାଏ।