କିଭ୍,୨୪ା୫: ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ୨୦୨୨ ଫେବୃଆରୀରୁ ଯୁଦ୍ଧ ଲାଗିରହିଥିବା ବେଳେ ଗତ ସପ୍ତାହରେ ଇସ୍ତାନବୁଲରେ ପ୍ରଥମ ଥର ପାଇଁ ଉଭୟ ପକ୍ଷ ଶାନ୍ତି ଆଲୋଚନାରେ ଯୋଗଦେଇଥିଲେ।
ଏହି ଅବସରରେ ଉଭୟ ମସ୍କୋ ଏବଂ କିଭ୍ ୧,୦୦୦ ଲେଖାଏ ଯୁଦ୍ଧବନ୍ଦୀ ଓ ଅନ୍ୟ ସାଧାରଣ ବନ୍ଦୀଙ୍କୁ ବିନିମୟ କରିବାକୁ ରାଜି ହୋଇଥିଲେ। ତଦନୁଯାୟୀ ଶୁକ୍ରବାର ଦୁଇ ଦେଶ ପରସ୍ପର ମଧ୍ୟରେ ୩୯୦ ବନ୍ଦୀ ଆଦାନପ୍ରଦାନ କରିଥିବା ବେଳେ ଶନିବାର ଆଉ ୩୦୭ ଜଣ ଲେଖାଏ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ଏହାର କିଛି ସମୟ ପୂର୍ବରୁ ରୁଷିଆର ଡ୍ରୋନ୍ ଏବଂ ମିଶାଇଲ ଆକ୍ରମଣରେ ୟୁକ୍ରେନ୍ର ୧୫ ଜଣ ଆହତ ହୋଇଥିଲେ।