Russia's President Vladimir Putin attends the launching ceremony of the new Euro+ combined oil refining unit at the Gazprom Neft Moscow Refinery, via video link at the Novo-Ogaryovo state residence outside Moscow, Russia July 23, 2020. Sputnik/Alexei Druzhinin/Kremlin via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY.
ମସ୍କୋ,୭।୯: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ୬ ମାସରୁ ଅଧିକ ସମୟ ବିତିଗଲାଣି। ଏଥି ସହିତ ପାଶ୍ଚାତ୍ୟ ଦେଶମାନେ ମଧ୍ୟ ରୁଷିଆ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସତ୍ତ୍ୱେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି,ଏହି ଯୁଦ୍ଧ ଦ୍ୱାରା ତାଙ୍କ ଦେଶର କୌଣସି କ୍ଷତି ହୋଇନାହିଁ ବରଂ ଲାଭବାନ ହୋଇଛି। ଏହାଦ୍ୱାରା ବିଶ୍ୱ ଉପରେ ରୁଷିଆର ଆଧିପତ୍ୟ ବୃଦ୍ଧି ପାଇବ। ୟୁକ୍ରେନ ବିରୋଧରେ ଏହି ‘ସ୍ବତନ୍ତ୍ର ସାମରିକ ଅପରେଶନ’ ସୋଭିଏତ୍ ସଂଘର ବିଲୋପ ପରେ ଏକ ଟର୍ନି ପଏଣ୍ଟ୍। ରୁଷିଆର ଭ୍ଲାଡିଭୋଷ୍ଟୋଭରେ ଇଷ୍ଟର୍ନ ଇକୋନୋମିକ ଫୋରମରେ ପୁଟିନ ଏହା କହିଛନ୍ତି।
ଯଦିଓ ପୁଟିନ ତାଙ୍କ ଭାଷଣରେ ୟୁକ୍ରେନ ବିଷୟରେ ଅଧିକ ଉଲ୍ଲେଖ କରିନାହାଁନ୍ତି। କେବଳ ସେ ଏତିକି କହିଛନ୍ତି, ଏହି ଯୁଦ୍ଧ କେବଳ ଲାଭ ଆଣିଛି, କୌଣସି କ୍ଷତି ହୋଇନାହିଁ। ମୁଖ୍ୟତଃ ଆମର ସାର୍ବଭୌତ୍ୱ ଦୃଢ ହୋଇଛି ଏବଂ ଆମେ ଆହୁରି ଶକ୍ତିଶାଳୀ ହୋଇଛୁ।
ସୂଚନାଯୋଗ୍ୟ, ଗତ ୨୪ ଫେବୃଆରୀରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଏହି ଯୁଦ୍ଧରେ ଉଭୟ ପକ୍ଷର ଅନେକ ସୈନିକ ନିହତ ହୋଇଛନ୍ତି।