FILE PHOTO: The Instagram application is seen on a phone screen August 3, 2017. REUTERS/Thomas White/File Photo
ମସ୍କୋ,୧୨।୩: ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଲଗାତର ଭାବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଡ଼ା ପ୍ରତିବନ୍ଧକ ଲଗାଉଛି। ଇତିମଧ୍ୟରେ ଫେସ୍ବୁକ୍ ଓ ଟୁଇଟରରେ ପରେ ଏବେ ରୁଷିଆ ଇନ୍ଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇ ଏହାକୁ ବ୍ଲକ କରିଦେଇଥିବା ଜଣାପଡ଼ିଛି। ରୁଷିଆରେ ଇଣ୍ଟରନେଟ ୟୁଜର୍ସମାନେ ବର୍ତ୍ତମାନ ଫଟୋ ଶେୟାରିଂ ଆପ୍ ଇନ୍ଷ୍ଟାଗ୍ରାମକୁ ଆଉ ଆକ୍ସେସ୍ କରିପାରିବେ ନାହିଁ। ରୁଷୀୟ ସୈନ୍ୟଙ୍କ ପ୍ରତି ହିଂସା ବୃଦ୍ଧି ପାଇଁ ଏହାକୁ ବ୍ୟବହାର କରାଯାଉଛି ବୋଲି ରୁଷିଆ ଅଭିଯୋଗ କରିଛି। ରୁଷିଆର ସାଧାରଣ ନାଗରିକ ଏବଂ ସୈନ୍ୟଙ୍କ ଉପରେ ଏହି ପ୍ଲାଟଫର୍ମ ଦ୍ୱାରା ହିଂସା ବୃଦ୍ଧି ହେଉଥିବାରୁ ଇନ୍ଷ୍ଟାଗ୍ରାମର ଜାତୀୟ ଆକ୍ସେସ୍କୁ ବନ୍ଦ କରିଦିଆଯାଇଛି ବୋଲି କମ୍ୟୁନିକେସନ ଓ ମିଡିଆ ରେଗୁଲେଟର ରସକୋମନାଡଜୋର କହିଛନ୍ତି। ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଇନ୍ଷ୍ଟାଗ୍ରାମର ଆଡମ ମୋସେରି। ସେ ଟୁଇଟ କରି ଲେଖିଛନ୍ତି, ଏହା ରୁଷିଆର ଭୁଲ ପଦକ୍ଷେପ। ଏହାଦ୍ୱାରା ୮କୋଟି ରୁଷୀୟଙ୍କ ପରସ୍ପର ସହ ଏବଂ ବିଶ୍ୱରୁ ସମ୍ପର୍କ ଛିନ୍ନ ହୋଇଯିବ। କାରଣ ରୁଷର ୮୦ ପ୍ରତିଶତ ରୁଷୀୟ ଦେଶର ବାହାରେ ଇନ୍ଷ୍ଟାଗ୍ରାମ ଆକାଉଣ୍ଟକୁ ଫଲୋ କରିଥାନ୍ତି।