ଦୀର୍ଘ ୫୨ ବର୍ଷପରେ ପୁରୁଷୋତ୍ତମପୁର ଏନଏସି ପାଳିଲା ସ୍ବାୟତ୍ତ ଶାସନ ଦିବସ

ପୁରୁଷୋତ୍ତମପୁର,୩୧।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ଏନଏସିରେ ସ୍ବାୟତ୍ତ ଶାସନ ଦିବସ ନିର୍ବାହୀଅଧିକାରୀ ଗୋବିନ୍ଦ ଡନସେନାଙ୍କ ସଂଯୋଜନାରେ ଓ  ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ରବିବାର ଇନଡୋର ଷ୍ଟାଡିୟମ ପରସରରେ ଅନୁଷ୍ଠିତ ହୋଇଯାଇଛି। ୧୯୭୩ରେ ଏନଏସି ପ୍ରତିଷ୍ଠାର ଦୀର୍ଘ ୫୨ ବର୍ଷପରେ ପ୍ରଥମକରି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନରେ ସ୍ବାୟତ୍ତ ଶାସନ ଦିବସ ପାଳିବାର ସ୍ବାଦ ଚାଖିଛି। ଏହି ଅବସରରେ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ସଠିକଭାବରେ ତ୍ୱରାନ୍ବିତ କରି ପୁରୁଷୋତ୍ତମପୁରକୁ ଆଗେଇ ନେବାଲାଗି ଅଧ୍ୟକ୍ଷ ପଣ୍ଡା ସହରବାସୀଙ୍କ ସହଯୋଗ ଲୋଡିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ଏମ୍‌ପି ଅନିତା ଶୁଭଦର୍ଶନୀ ପୁରୁଷୋତ୍ତମପୁରବାସୀଙ୍କୁ ବିକାଶର ବାର୍ତ୍ତାଦେଇ ସହରକୁ ବିକଶିତ କରିବାରେ ପଦକ୍ଷେପ ନେବା କହି ଭାଇଚାରାର ସହକାରେ ସମସ୍ତେ କାର୍ଯ୍ୟ
କରିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥିଭାବେ ତହସିଲଦାର ବିନୋଦକୁମାର ବେହେରା ଯୋଗଦେଇଥିବା ବେଳେ  ସମସ୍ତ କାଉନସିଲର ଉପସ୍ଥିତଥିଲେ। ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଗଣମାଧ୍ୟମର ପ୍ରତିନିଧି ଓ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କୁନିକୁନି ଶିଶୁମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହାକୁ ଏନଏସିର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।