ଗଞ୍ଜାମ,୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା ସମାପନ ହେବା ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା । ପ୍ରତି ବର୍ଷ ଭଳି ହୁମା ହାଟ ପଡିଆରେ ଏହି ଯାତ୍ରା କେଉଁ ଆବାହନ କାଳରୁ ଅନୁଷ୍ଠିତ ହୋଇ ଆସୁଛି।ଶନିବାର ସାହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମ୍ୟ ଉର୍ଣ୍ଣୟନ ଓ ଜଳ ଯୋଗାଣ ବିଭାଗ (ଆରଡବ୍ଲ୍ୟୁଏସ୍ଏସ୍)ର ବେପରୁଆ ନୀତି ଯୋଗୁ ଯାତ୍ରା ପଡିଆରେ କିମ୍ବା ବିଭିନ୍ନ ସାହି ଗୁଡ଼ିକରେ ଏଯାବତ ବ୍ଲିଚିଙ୍ଗ ପାଉଡର ଟିକେ ପଡି ନ ଥିବା ହୁମା ପଞ୍ଚାୟତ ସମିତି ସଭ୍ୟ ଧୃବଚରଣ ପଲାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଯାତ୍ରା ପଡିଆକୁ ହୁମା ଗ୍ରାମର ବିଭିନ୍ନ ସାହି ସହିତ କଣ୍ଟିଆ ଗଡ଼, ଖଟୁଆ କୁଦା, ଝାଡ଼କୁଦା, କଳାଯମୁନା, ଲୁଂଘୁରି, ଗଡ଼ ହୁମା, ବେଲପଡା ଆଦି ଗ୍ରାମର ଠାକୁର ବିଜେ କରିବା ପରେ ଯାତ୍ରା ଆରମ୍ଭ ହେବ । ହଜାର ହଜାର ଲୋକଙ୍କ ସମାଗମ ହେବ କିନ୍ତୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବେପରୁଆ ନୀତି ଯାତ୍ରା ପ୍ରଭାବିତ ହୋଇଥିବା ସମିତି ସଭ୍ୟ ପଲାଇ ଅଭିଯୋଗ କରିଛନ୍ତି।
ଏଥିସହ ପାନୀୟ ଜଳ ଯୋଗାଣରେ ମଧ୍ୟ ଉକ୍ତ ବିଭାଗ ଫେଲ ମାରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କନିଷ୍ଠ ଯନ୍ତ୍ରୀ ମହୋଦୟ ଜନପ୍ରତିନିଧିଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁ ନାହାନ୍ତି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ବିଭାଗର କନିଷ୍ଠ ଯନ୍ତ୍ରୀ ସପନ ପରିଡାଙ୍କୁ ପଚାରିବାରେ ୨୫ କେଜି ବ୍ଲିଚିଙ୍ଗ ୨୦୦୦ ଲିଟର ପାଣି ଟ୍ୟାଙ୍କ ଯୋଗାଇ ଦିଆଯାଇଥିବା କହିଛନ୍ତି । ଯାହା ସମୁଦ୍ରକୁ ଶଙ୍ଖେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।ଯାତ୍ରା ପଡିଆରେ ଷ୍ଟାଣ୍ଡ ପାଇପ ଗୁଡିକରେ ମଧ୍ୟ ପାଣି ଆସୁନି ବୋଲି ଅଭିଯୋଗ ହୋଇଛି। ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ସିଧା ସଳଖ ଦାୟୀ କରିଛନ୍ତି, ଛଅ ଖଣ୍ଡ ଗ୍ରାମବାସୀ।
<div style=”background-color: #eee; border: 1px solid #cccccc; padding: 5px 20px; margin: 0 Auto; border-radius: 22px;” align=”center”>
<h6>Dharitri – Odisha’s No.1 Odia Daily</h6>
</div>