ହାଇଦ୍ରାବାଦ: ଆସନ୍ତା ଅକ୍ଟୋବର ୨ ତାରିଖରେ ଅଭିନେତା ରିସଭ ସେଟ୍ଟୀଙ୍କର ବହୁ ପ୍ରତୀକ୍ଷିତ ‘କାନ୍ତାରା ଚାପ୍ଟର ୧’ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ଅଭିନେତ୍ରୀ ରୁକ୍ମିଣୀ ବସନ୍ତ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ସୋମବାର ‘କାନ୍ତାରା ଚାପ୍ଟର ୧’ର ଟ୍ରେଲରକୁ ଜାରି କରାଯାଇଛି। ତେବେ ‘କେଜିଏଫ୍’ ଫେମ୍ ସୁପରଷ୍ଟାର ୟଶଙ୍କ ଆଗାମୀ ଫିଲ୍ମ ‘ଟକ୍ସିକ୍’ରେ ରୁକ୍ମିଣୀ ନଜରକୁ ଆସିବେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ଫିଲ୍ମରେ ରୁକ୍ମିଣୀ ୟଶ୍ଙ୍କ ନାୟିକା ସାଜିବେ। ୨୦୨୬ ମାର୍ଚ୍ଚ ୧୯ରେ ତାମିଲ ତେଲୁଗୁ, ମାଲୟାଲମ, କନ୍ନଡ, ହିନ୍ଦୀ ଏବଂ ଇଂଲିଶ ଆଦି ୬ଟି ଭାଷାରେ ‘ଟକ୍ସିକ୍’ ଫିଲ୍ମ ମୁକ୍ତିଲାଭ କରିବ। ମୁଖ୍ୟତଃ କନ୍ନଡ଼, ତାମିଲ ଏବଂ ତେଲୁଗୁ ଫିଲ୍ମ ଜଗତରେ ନିଜ ଅଭିନୟର ଦକ୍ଷତା ଦେଖାଇଥିବା ରୁକ୍ମିଣୀ ୨୦୧୯ରେ କନ୍ନଡ଼ ଫିଲ୍ମ ‘ବୀରବଲ’ ଜରିଆରେ ଫିଲ୍ମ ଜଗତରେ ଡେବ୍ୟୁ କରିଥିଲେ। ୨୦୨୩ରେ କନ୍ନଡ଼ ଭାଷାରେ ରିଲିଜ୍ ହୋଇଥିବା ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ ‘ସାଗରଚାଦେ ଏଲୋ: ସାଇଡ୍ ଏ’ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ (କନ୍ନଡ଼) ଭାବେ ଫିଲ୍ମ ଫେୟାର କ୍ରିଟିକ୍ସ ଆଓ୍ବାର୍ଡ ଜିତିଥିଲେ।