Categories: Home Leftଖେଳ

ରୁଦ୍ରାଂଶଙ୍କୁ ବ୍ରୋଞ୍ଜ ପଦକ

ଭୋପାଳ,୨୪ା୩: ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋର୍ଟ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଆନୁକୂଲ୍ୟରେ ଚାଲିଥିବା ଶୁଟିଂ ବିଶ୍ୱକପ୍‌ରେ ଭାରତର ରୁଦ୍ରାଂଶ ପାଟିଲ ୧୦ ମିଟର ଏୟାର ରାଇଫଲରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅନ୍ୟପକ୍ଷେ ଚାଇନା କ୍ରମାଗତ ଦୁଇ ସ୍ବର୍ଣ୍ଣ ହାସଲ କରିଛି।

ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ଚାଇନାର ଶେଙ୍ଗ୍‌ ଲିହାଓ ପୁରୁଷ ୧୦ମିଟର ଏୟାର ରାଇଫଲ ଜିତିଥିବା ବେଳେ ଗତବର୍ଷ କାଇରୋ ବିଶ୍ୱ ଚାମ୍ପିୟନଶିପ୍‌ରେ ଡବଲ ସ୍ବର୍ଣ୍ଣ ପଦକ ବିଜେତା ହୁଆଙ୍ଗ ୟୁଟିଙ୍ଗ୍‌ ମହିଳା ଇଭେଣ୍ଟ ଜିତିଛନ୍ତି। ପ୍ରତିଯୋଗିତାର ତୃତୀୟ ଦିବସ ସୁଦ୍ଧା ଚାଇନା ୫ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୩ ବ୍ରୋଞ୍ଜ ସହ ପଦକ ତାଲିକାର ଶୀର୍ଷରେ ରହିଛି। ଭାରତ ୩ ବ୍ରୋଞ୍ଜ ଏବଂ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସହ ଦ୍ୱିତୀୟ ସ୍ଥାନରେ ରହିଛି।