Duplicate RC: ଡୁପ୍ଲିକେଟ୍‌ ଆର୍‌ସି କରିବାକୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ପ୍ରକ୍ରିୟା, ଫିସ୍‌, ଡକ୍ୟୁମେଣ୍ଟ ବିଷୟରେ ସବୁକିଛି..

ଦୁଇ ଚକିଆ ହେଉ ଅବା ଚାରି ଚକିଆ ଯାନ, ଏହାକୁ ଚଳାଇବା ଲାଗି ଲାଇସେନ୍ସ ସହ କିଛି କାଗଜପତ୍ରର ଆବଶ୍ୟକତା ରହିଥାଏ। ସେଥିରୁ ଗୋଯଇଏ ହେଲା ରେଜିଷ୍ଟ୍ରେଶନ ସାର୍ଟିଫିକେଟ ଅର୍ଥାତ ଆର୍‌ସି। ଆର୍‌ସିରେ ଗାଡ଼ିର ମଡେଲ, ଇଞ୍ଜିନ, ବୈଧତା ସହ ସମସ୍ତ ସୂଚନା ରହିଥାଏ। ଏହାକୁ ସର୍ବଦା ନିଜ ସହ ରଖିବା ଜରୁରୀ ହୋଇଥାଏ।
ପ୍ରାୟତଃ ଦେଖାଯାଏ ଯେ ଲୋକେ ନିଜର ଯାନ ଚଳାଇବା ସମୟରେ ଆର୍‌ସିକୁ ପାଖରେ ରଖି ନ ଥାନ୍ତି। ଏଥିଲାଗି ଏହା ହଜିଯିବା ନଚେତ ଖରାପ ହେବାର ଭୟ ରହିଥାଏ। ଏହା ବିନା ଗାଡ଼ି ଚଳାଇଲେ ଚାଲାଣ କଟିବାର ଭୟ ଥାଏ। ଆସନ୍ତୁ ଜାଣିବା RC କରିବାର ଅନଲାଇନ ଏବଂ ଅଫଲାଇନ ପ୍ରକ୍ରିୟା।
ଅନଲାଇନ ପ୍ରକ୍ରିୟା:
– RTOର ଅଫିସିଆଲ ଓ୍ବେବସାଇଟ୍‌କୁ ଯାଆନ୍ତୁ
-Duplicate RC  ବିକଳ୍ପ ଚୟନ କରନ୍ତୁ।
-ନିଜର ସୂଚନା ପ୍ରଦାନ କରନ୍ତୁ, ଯେମିତିକି ବାହାନ ନମ୍ବର,ଇଞ୍ଜିନ ନମ୍ବର ଆଦି
-ଆବଶ୍ୟକ ଡକ୍ୟୁମେଣ୍ଟ ଅପ୍‌ଲୋଡ଼ କରନ୍ତୁ
-ଟଙ୍କା ପୈଠ କରନ୍ତୁ
-ଡୁପ୍ଲିକେଟ ଆର୍‌ସିର ରସିଦ ଡାଉନଲୋଡ଼ ନଚେତ ପ୍ରିଣ୍ଟ କରନ୍ତୁ
ଅଫଲାଇନ୍‌ ପ୍ରକ୍ରିୟା:
-ନିକଟତମ ଆର୍‌ଟିଓ ଅଫିସକୁ ଯାଆନ୍ତୁ
-ଡୁପ୍ଲିକେଟ୍‌ ଆର୍‌ସି ପାଇଁ ଆବେଦନ ପତ୍ର ପୂରଣ କରନ୍ତ
-ଆବଶ୍ୟକ କାଗଜପତ୍ର ପୈଠ କରନ୍ତୁ, ଯେମିତିକି ବାହାନ ନଂ, ଇଞ୍ଜିନ ନମ୍ବର ଆଦି
-ଟଙ୍କା ପୈଠ କରନ୍ତୁ
-ରଶିଦ ପ୍ରାପ୍ତ କରନ୍ତୁ
ଏହି ପ୍ରକ୍ରିୟାର କିଛି ଦିନ ପରେ ଆପଣଙ୍କ ଠିକଣାରେ ଡାକ ଯୋଗେ ଆର୍‌ସି ପହଞ୍ଚିଯିବ।