ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି। କୋଲକାତାରେ ରବିବାର ‘ଆର୍‌ଏସ୍‌ଏସ୍‌ ୧୦୦ ବ୍ୟାଖ୍ୟାନ ମେଳା’ କାର୍ଯ୍ୟକ୍ରମରେ ଭାଗବତ କହିଛନ୍ତି, ସଂଘକୁ ସଂକୀର୍ଣ୍ଣ କିମ୍ବା ତୁଳନାତ୍ମକ ଢାଞ୍ଚାରେ ଦେଖା ନ ଯାଉ। ଯଦି ଆପଣମାନେ ସଂଘକୁ ବୁଝିବାକୁ ଚାହୁଁଛନ୍ତି, ତୁଳନା କରିବା ଦ୍ୱାରା ଏହା ଭୁଲ୍‌ ବୁଝାମଣା ଆଡ଼କୁ ନେଇଯିବ। ଯଦି ଆପଣ ସଂଘକୁ କେବଳ ଏକ ସେବା ସଂଗଠନ ବିବେଚନା କରନ୍ତି, ତେବେ ତାହା ଭୁଲ୍‌ ହେବ। ଆର୍‌ଏସ୍‌ଏସ୍‌କୁ ଭାଜପା ସହ ନ ଯୋଡ଼ିବାକୁ ସେ କହିଛନ୍ତି। ଭାଜପା ଚଷମାରେ ଆର୍‌ଏସ୍‌ଏସ୍‌କୁ ଦେଖିବା ଅନେକଙ୍କ ପ୍ରବୃତ୍ତିରେ ପରିଣତ ହୋଇଛି। ଆର୍‌ଏସ୍‌ଏସ୍‌ କୌଣସି ରାଜନୈତିକ ଏଜେଣ୍ଡା ପାଇଁ ଉଦ୍ୟମ କରେନାହିଁ। ହିନ୍ଦୁ ସମାଜର ଉନ୍ନତି ଓ ସୁରକ୍ଷା ପାଇଁ ସଂଗଠନ କାମ କରେ ବୋଲି ଭାଗବତ କହିଛନ୍ତି।

 

Dharitri – Odisha’s No.1 Odia Daily