ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ ଖଇରଭାଡି ଓ ଠୋଙ୍ଗୋ ମଧ୍ୟରେ ହୋଇଥିଲା। ଠୋଙ୍ଗୋ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୪ ଉଇକେଟ ହରାଇ ୧୦୨ ରନ ସଂଗ୍ରହ କରିଥିଲା।

ଜବାବରେ ଖଇରଭାଡି ଦଳ ୭.୩ ଓଭରରେ ୫ ଉଇକେଟ ହରାଇ ୧୦୩ ରନ କରି ବଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚ ଦେଶୀ ବୟେଜ ତରବୋଡ ଓ ଜଟଗଡ ମଧ୍ୟରେ ହୋଇଥିବା ବେଳେ ଦେଶୀ ବୟେଜ ଦଳ ବିଜୟୀ ହୋଇଥିଲା ା ତୃତୀୟ ମ୍ୟାଚ ଖଇରଭାଡି ଓ ଦେଶୀ ବୟେଜ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଦେଶୀ ବୟେଜ ଦଳ ବିଜୟୀ ହୋଇ ସେମି ଫାଇନାଲକୁ ପ୍ରବେଶ କରିଛି।

ଅନୁଷ୍ଠାନର ସଭାପତି ଉମାକାନ୍ତ ବନଛୋରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଏସ୍‌ସି ନର୍ସିଂ କଲେଜ ଅଧ୍ୟକ୍ଷା ତିଲେଶ୍ୱରୀ ବାଗ ମୁଖ୍ୟ ଅତିଥି, ଇଂରାଜୀ ଅଧ୍ୟାପକ ଦିବ୍ୟ ଲୋଚନ ନାଏକ, ଝାଙ୍କର ଯୋଗେନ୍ଦ୍ର ନାୟକ, ରୁକ୍ମଣି ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଟୁର୍ନାମେଣ୍ଟ ଉଦ୍‌ଘାଟନ କରିଥିଲେ। ହେମନ୍ତ ଚିରାଙ୍ଗୁଲ, ଉମେଶ ଅଦା ଓ ଦେବାର୍ଚ୍ଚନ ମାଝି ଖେଳ ପରିଚାଳନା କରିଥିଲେ।