ବୌଦ୍ଧ ମୁଖ୍ୟ ଡାକଘରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି

ବୌଦ୍ଧ ,୧।୧୨ ( ଅଜିତ କୁମାର ବାରିକ) : ବୌଦ୍ଧସହର ମୁଖ୍ୟ ଡାକଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେତେ ଚୋରି ହୋଇଥିବା ନେଇ କୌଣସି ତଥ୍ୟ ମିଳି ପାରିନଥିବା ବେଳେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ସୂଚନାମତେ, ବୌଦ୍ଧ ସହର ଜନଗହଳ ଅଞ୍ଚଳ ଭାବରେ ପରିଚିତ ପୋଡାପୋଡା  ଅଞ୍ଚଳରେ ବୌଦ୍ଧ ମୁଖ୍ୟ ଡାକଘର ରହିଛି ।  ରବିବାର  କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ସୋମବାର କାର୍ଯ୍ୟାଳୟ ଖୋଲିବା ପାଇଁ କର୍ମଚାରୀମାନେ ଆସିଦେଖିଲେ ଡାକଘରର ପଛପଟ ଗ୍ରିଲ୍ ଭାଙ୍ଗି କେହି ଦୁର୍ବୃତ କାର୍ଯ୍ୟାଳୟ ମଧ୍ୟକୁ ପସି ଲକର ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା ଚୋରି କରି ନେଇଛି । ଲକରରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରହିଥିବା ଚର୍ଚ୍ଚା ହେଉଛି । ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Dharitri – Odisha’s No.1 Odia Daily