Categories: Home Middleଖେଳ

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଆରଆର

ଗୁଆହାଟୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ)ମଧ୍ୟରେ ଗୁଆହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ପିବିକେଏସ ବ୍ୟାଟିଂ କରିବା ଆରମ୍ଭ କରିଛି।

ରାଜସ୍ଥାନ ରୟାଲ୍ସ ପ୍ଲେଇଙ୍ଗ ୧୧ରେ ଯଶସ୍ବ ଜୈସୱାଲ, ଜୋସ ବଟଲର୍‌, ସଞ୍ଜୁ ସାମସନ (ଅଧିନାୟକ /ଓ୍ବିକେଟ କିପର), ଦେବଦତ୍ତ ପାଦିକ୍କଲ, ଶିମ୍ରନ ହେଟମିୟର, ରିୟାନ ପରାଗ, ଜେସନ ହୋଲ୍ଡର, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, କେଏମ ଆସିଫ, ୟୁଜଭେନ୍ଦ୍ର ଚହଲ ରହିଛନ୍ତି।

ସେହିପରି ପଞ୍ଜାବ କିଙ୍ଗ୍ସର ପ୍ଲେଇଙ୍ଗ ୧୧ରେ ଶିଖର ଧାୱନ (ଅଧିନାୟକ), ପ୍ରଭାସିମରନ ସିଂ, ଭାନୁକା ରାଜପାକ୍ଷେ, ଜିତେଶ ଶର୍ମା (ୱିକେଟ କିପର), ସିକନ୍ଦର ରଜା, ଶାହାରୁଖ ଖାନ, ସାମ କରଣ, ନାଥାନ ଏଲିସ, ହରପ୍ରୀତ ବରାର, ରାହୁଲ ଚାହର, ଅର୍ଶଦୀପ ସିଂ ଅଛନ୍ତି।

Share