Categories: Home Leftଖେଳ

କୋହଲିଙ୍କ ସହ ଏହି ଖେଳାଳିଙ୍କୁ ରଖିପାରେ ଆରସିବି

ବାଙ୍ଗାଲୋର,୨୫।୧୧: ଆଇପିଏଲର ମେଗା ଅକଶନ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତା’ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ରିଟେନ କରିବା ନିଶ୍ଚିତ। କିନ୍ତୁ କୋହଲିଙ୍କ ସହ କେଉଁ କେଉଁ ଖେଳାଳିଙ୍କୁ ଆରସିବି ରଖିବ ସେ ନେଇ ସସ୍‌ପେନ୍ସ ଜାରି ରହିଛି। ଫ୍ରାଞ୍ଚାଇଜର ନିକଟସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆରସିବି କୋହଲିଙ୍କ ସହ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ରିଟେନ କରିବ।

ଆଇପିଏଲର ପ୍ରତ୍ୟେକ ଫ୍ରାଞ୍ଚାଇଜକୁ ଆସନ୍ତା ୩୦ ତାରିଖ ମଧ୍ୟରେ ରିଟେନ ଖେଳାଳିଙ୍କ ତାଲିକା ପୈଠ କରିବାକୁ କୁହାଯାଇଛି। ବିସିସିଆଇ ନିୟମ ଅନୁଯାୟୀ ପ୍ରତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ ୪ ଖେଳାଳିଙ୍କୁ ରଖିପାରିବେ। ତେବେ ୨ରୁ ଅଧିକ ବିଦେଶୀ ଖେଳାଳି ରିଟେନ କରାଯାଇ ପାରିବ ନାହିଁ।

ଇଏସ୍‌ପିଏନ୍‌ କ୍ରିକଇନଫୋରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ୮ ଫ୍ରାଞ୍ଚାଇଜ ସେମାନଙ୍କ ରିଟେନ ଖେଳାଳିଙ୍କ ତାଲିକା ପୈଠ କରିବା ପରେ ନୂଆ ଫ୍ରାଞ୍ଚାଇଜ (ଲକ୍ଷ୍ନୌ ଓ ଅହମ୍ମଦାବାଦ)କୁ ୩ ଖେଳାଳି ବାଛିବାକୁ ସୁଯୋଗ ଦିଆଯିବ।