Categories: Home Leftଖେଳ

ବିଦାୟୀ ମ୍ୟାଚ୍‌ରେ ଭାଙ୍ଗିଲେ ରେକର୍ଡ

ଖ୍ରୀଷ୍ଟଚର୍ଚ୍ଚ,୯।୧: ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟର ରସ ଟେଲର ରବିବାର ଶେଷ ଥର ପାଇଁ ଫିଲ୍ଡକୁ ଓହ୍ଲାଇଛନ୍ତି। ଦେଶ ପାଇଁ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିବାରେ ସେ ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂଙ୍କୁ ପଛରେ ପକାଇ ଥିବାବେଳେ ପୂର୍ବତନ ସ୍ପିନର ଡାନିଏଲ ଭିଟୋରିଙ୍କ ସହ ସମ୍ମକକ୍ଷ ହୋଇଛନ୍ତି।

ହାଗଲେ ଓଭାଲରେ ବାଂଲାଦେଶ ବିପକ୍ଷରେ ଆରମ୍ଭ ହୋଇଥିବା ଟେଷ୍ଟ ଡାହାଣହାତୀ ଟେଲରଙ୍କ ଲାଗି ୧୧୨ତମ ମ୍ୟାଚ୍‌। ସମାନ ସଂଖ୍ୟକ ମ୍ୟାଚ୍‌ ଖେଳିଥିଲେ ଭିଟୋରି। ଏହି ତାଲିକାରେ ୧୧୧ ଟେଷ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ଫ୍ଲେମିଂ। ତାଙ୍କ ପଛକୁ ବ୍ରେଣ୍ଡନ ମ୍ୟାକୁଲମ ( ୧୦୧ ଟେଷ୍ଟ) ରହିଛନ୍ତି।

ଏହି ସିରିଜ୍‌ ପୂର୍ବରୁ ଖ୍ରୀଷ୍ଟଚର୍ଚ୍ଚଠାରେ କ୍ୟାରିୟରର ଅନ୍ତିମ ଟେଷ୍ଟ ଖେଳିବେ ବୋଲି ଗତ ମାସରେ ଘୋଷଣା କରିଥିଲେ ୩୭ ବର୍ଷୀୟ ଟେଲର। ଏହାପରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପରେ ସେ ୧୬ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ରିକେଟ ଅଭିଯାନକୁ ଶେଷ କରିବା ନେଇ ମଧ୍ୟ କହିଥିଲେ।