ତୁଲକି ଉନ୍ମୋଚିତ : ଲେଖକ ସମାଜକୁ ନୂତନ ଦିଗଦର୍ଶନ 

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବୁଧବାର ବିଭାଗୀୟ ଅଧ୍ୟାପିକା ରୋଜାଲିନ ମହାରଣାଙ୍କ ପୁସ୍ତକ ତୁଲକି ଉନ୍ମୋଚିତ ହୋଇଛି। ଏହାକୁ ଭାରପ୍ରାପ୍ତ ଅଧ୍ୟକ୍ଷ ବିଭାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶୈଖିକ ପରିଷଦ ସମ୍ପାଦକ ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ, ଅଧ୍ୟାପକ ଦିଗନ୍ତ ଜେନା, ଡ . ରବୀନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପିକା ଦିପାଶ୍ରୀ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ।
ଲେଖିକା ଅଧ୍ୟାପିକା ରୋଜାଲିନ ମହାରଣା ପୁସ୍ତକ ଉପରେ ସମ୍ୟକ ସୂଚନା ଦେଇଥିଲେ। ଜଣେ ଆଦିବାସୀ ଗରିବ ଝିଅର ଜୀନଚର୍ଚ୍ଚା ଉପରେ ଏହି ପୁସ୍ତକ ଟି ଲିଖିତ ।  ଜୀବନରେ ସବୁ କିଛି ହରାଇବା ପରେ ମଧ୍ୟ ନିଜ ଗୋଡ଼ରେ କିଭଳି ଠିଆ ହୋଇପାରିଛି ତାହା  ଉପରେ ପୁସ୍ତକଟି ଲିଖିତ। ଏହା ସମାଜକୁ ନୂତନ ଦିଗଦର୍ଶନ ଦେବ ବୋଲି ଆଶା।
ଲେଖକ ମାନଙ୍କ ନୂଆନୂଆ ଲେଖା ସମାଜକୁ ନୂଆଁ ଦିଗଦର୍ଶନ ଦେଇଥାଏ ବୋଲି ବକ୍ତା ମାନେ କହିଥିଲେ। ଜଣେ ଲେଖକ ଈଶ୍ବରଙ୍କ ବରଦାନ ପାଇଥାନ୍ତି। ତେଣୁ ସେମାନେ ଲେଖା ଲେଖିବାରେ ସକ୍ଷମ ହୋଇଥାନ୍ତି। ସଭାକୁ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ସଂଯୋଜନା କରିଥିଲେ। ଅଧ୍ୟାପିକା କଳ୍ପନା ଷଣ୍ଢ ଧନ୍ୟବାଦ ପ୍ରଦାନ କରିଥିଲେ। ଦ୍ୱିତୀୟ ଅଧିବେସନରେ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବିଦାୟ ସମର୍ଦ୍ଧନା ଦିଆଯାଇଥିଲା। ଆଲୋଚନାରେ ଛାତ୍ରୀଛାତ୍ର ସମେତ ଉପସ୍ଥିତ ସମସ୍ତ ଅତିଥି ଭାଗ ନେଇଥିଲେ। ଛାତ୍ର ଚିନ୍ମୟ ପରିଡ଼ା ସ୍ବାଗତ ସଙ୍ଗୀତ ଗାନ କରିଥିଲେ।
ଏହି ଅବସରରେ ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ତୃପ୍ତିମୟୀ ଦାସ, ଜ୍ୟୋତ୍ସ୍ନା ରାଣୀ ଦାସ, ସ୍ମରଣିକା ପାଢ଼ୀ, ସସ୍ମିତା ଦାସ, ଶେଫାଳୀ ପଟ୍ଟନାୟକ, ରାଜଶ୍ରୀ ନାୟକ, ଅଧ୍ୟାପକ ରଜନୀ କାନ୍ତ ତ୍ରିପାଠୀ, ବିଦେଶୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।