Categories: Home Leftଖେଳ

କାମ ଦେଲାନି ରୁଟ୍‌ଙ୍କ ଚାଲାକି

ଓଭାଲ,୪।୯: ଓଭାଲ ଟେଷ୍ଟରେ ଶନିବାର ଇଂଲଣ୍ଡ ବୋଲରମାନେ ୨୨୭ ରନ୍‌ ଖର୍ଚ୍ଚ କରିଥିବା ବେଳେ ମାତ୍ର ୩ ଉଇକେଟ ହାତେଇ ଥିଲେ। ଖେଳ ଶେଷ ହେବାକୁ ପ୍ରାୟ ଘଣ୍ଟାଏ ଥାଏ। ଆଲୋକ ଅଭାବ କାରଣରୁ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ପେସରଙ୍କୁ ଖେଳିବା ସହଜ ନ ଥିଲା। ଏ ସମ୍ପର୍କରେ ଘରୋଇ ଦଳର ଅଧିନାୟକ ଜୋ ରୁଟ୍‌ଙ୍କୁ ଜଣାଇଥିଲେ ଫିଲ୍ଡ ଅମ୍ପାୟର। ମାତ୍ର ସେ ସ୍ପିନରଙ୍କୁ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ।

ଆଲୋକ ଅଭାବରୁ ବ୍ୟାଟ୍ସମ୍ୟାନମାନେ ପେସରଙ୍କୁ ଖେଳିପାରିବେ ନାହିଁ। କିନ୍ତୁ ସ୍ପିନରଙ୍କୁ ଖେଳିପାରିବେ। ଏଣୁ ଆଲୋକ ଅଭାବ ସତ୍ତ୍ୱେ ଇଂଲଣ୍ଡ ଦଳ ଖେଳ ଜାରି ରଖିଥିଲା। ଉଦ୍ଦେଶ୍ୟ ଥିଲା ଆଲୋକ ଅଭାବର ଫାଇଦା ଉଠାଇ ସ୍ପିନରଙ୍କ ସହାୟତାରେ ଉଇକେଟ ନେବା। ମାତ୍ର ରୁଟ୍‌ଙ୍କ ଚାଲାକି କାମ ଦେଇ ନ ଥିଲା। ଫଳରେ ନିରାଶ ହୋଇ ଘରୋଇ ଦଳର ରୁଟ୍‌ ଅମ୍ପାୟରଙ୍କୁ ଜଣାଇଥିଲେ, ସେମାନେ ଆଉ ସ୍ପିନ ବୋଲିଂ କରିପାରିବେ ନାହିଁ। ଏଥି ଯୋଗୁ ଖେଳକୁ ଧାର୍ଯ୍ୟ ସମୟର ଅଧ ଘଣ୍ଟା ପୂର୍ବରୁ ବନ୍ଦ କରି ଦିଆଯାଇଥିଲା।