Stockholm: Portugal's Ronaldo celebrates after scoring against Sweden, his 100th goal, during the UEFA Nations League Group stage soccer match at Friends Arena in Stockholm, Sweden, Tuesday Sept. 8, 2020. AP/PTI Photo(AP09-09-2020_000007B)
ଷ୍ଟକହାମ,୧୦।୯(ଏପି): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏକ ଅସାଧାରଣ ସଫଳତା ଅର୍ଜନ କରିଛନ୍ତି। ସେ ନିଜ ଦେଶ ପାଇଁ ୧୦୦ତମ ଅନ୍ତର୍ଜାତୀୟ ଗୋଲ ସ୍କୋର କରି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ନେସନ୍ସ ଲିଗ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ପର୍ତ୍ତୁଗାଲ ୨-୦ ଗୋଲରେ ସ୍ବୀଡେନକୁ ପରାସ୍ତ କରିଥିଲା। ଏଥିରେ ରୋନାଲ୍ଡୋ ୪୫ ଓ ୭୨ତମ ମିନିଟ୍ରେ ଦଳ ତରଫରୁ ଦୁଇଟି ଗୋଲ ସ୍କୋର କରିଥିଲେ। ରୋନାଲ୍ଡୋ ଏଥିସହି ଦେଶ ପାଇଁ ୧୬୫ଟି ମ୍ୟାଚ୍ ଖେଳି ୧୦୧ଟି ଗୋଲ ସ୍କୋର କରିଛନ୍ତି। ସେ ଆଉ ୯ଟି ଗୋଲ ସ୍କୋର କଲେ ପୂର୍ବତନ ଫୁଟବଲର ଡାଏଇଙ୍କୁ ପଛରେ ପକାଇବେ।
୫ଥର ଓ୍ବାଲର୍ଡ ପ୍ଲେୟାର ଅଫ୍ ଦି ଇୟର ବିବେଚିତ ହୋଇଥିବା ରୋନାଲ୍ଡୋ ଚାମ୍ପିୟନ୍ସ ଲିଗ୍େ ୧୩୧ଟି ଗୋଲ ସ୍କୋର କରି ରେକର୍ଡ କରିଛନ୍ତି। ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆର୍ଜେଣ୍ଟିନାର ଲିଓନେଲ ମେସିଙ୍କଠାରୁ ସେ ଏହି କ୍ରମରେ ଅଧିକ ୧୬ଟି ଗୋଲ ସ୍କୋର କରିଛନ୍ତି। କ୍ରମାଗତ ୧୭ତମ କ୍ୟାଲେଣ୍ଡର ବର୍ଷରେ ସେ ଅନ୍ତର୍ଜାତୀୟ ଗୋଲ ସ୍କୋର କରିବାର ବିରଳ ସଫଳତା ଅର୍ଜନ କରିଛନ୍ତି। ଏହାପୂର୍ବରୁ ଶନିବାର ଅନୁଷ୍ଠିତ ମ୍ୟାଚ୍ରେ ପର୍ତ୍ତୁଗାଲ ୪-୧ ଗୋଲରେ କ୍ରୋଏସିଆକୁ ହରାଇଥିଲା। ପାଦ ବୁଢ଼ା ଆଙ୍ଗୁଠିରେ ସଂକ୍ରମଣ କାରଣରୁ ରୋନାଲ୍ଡୋ ଏହି ମ୍ୟାଚ୍ ଖେଳିପାରି ନ ଥିଲେ।
ୟୁଇଏଫ୍ଏ ନେଶନ୍ସ ଲିଗ୍ରେ ଅନଷ୍ଠିତ ଅନ୍ୟ ମ୍ୟାଚ୍ଗୁଡିକରେ ବେଲଜିୟମ ୫-୧ ଗୋଲରେ ଆଇସିଲାଣ୍ଡକୁ, ଆଜରବୈଜାନ ୧-୦ରେ ସାଇପ୍ରସକୁ, ମୋଣ୍ଟେନେଗ୍ରୋ ୧-୦ରେ ଲକ୍ସମବର୍ଗକୁ, ଫ୍ରାନ୍ସ ୪-୨ ଗୋଲରେ କ୍ରୋଏସିଆକୁ ପରାସ୍ତ କରିଛି। ତେବେ ଇଂଲଣ୍ଡ ଓ ଡେନମାର୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବିନା ଗୋଲରେ ଅମୀମାଂସିତ ରହିଛି।