Categories: Home Leftଖେଳ

ବାର୍ଷିକ ଆୟରେ ମେସିଙ୍କୁ ପଛରେ ଛାଡ଼ିଲେ ରୋନାଲ୍ଡୋ

ଲଣ୍ଡନ,୨୨।୯: ଫୋର୍ବସ ପକ୍ଷରୁ ୨୦୨୧ର ଧନୀ ଫୁଟବଲରଙ୍କ ତାଲିକା ଘୋଷଣା କରାଯାଇଛି। ଏଥିରେ କ୍ରିଷ୍ଟିଆନ ରୋନାଲ୍ଡୋ ଶୀର୍ଷରେ ରହିଛନ୍ତିି। ଚଳିତ ବର୍ଷ ସେ ୧୨୫ ମିଲିୟନ ଡଲାର ଆୟ କରିଛନ୍ତି।

ବର୍ଷକୁ ସର୍ବାଧିକ ଆୟ କରିଥିବା ଫୁଟ୍‌ବଲରଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପିଏସିଜି କ୍ଲବ ତରଫରୁ ଖେଳୁଥିବା ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି। ଏହି ତାଲିକାରେ ନେମାର (୯୫ ନିୟୁତ), କାଇଲିନ ଏମ୍‌ବାପେ (୪୩ ନିୟୁତ) ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ୪୧ ମିଲିୟନ ଆୟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି ଲିଭରପୁଲର ମହମ୍ମଦ ସାଲେହ।