Former Brazilian soccer star Ronaldinho, seen through a pane of glass, waves during a court date at the Justice Palace in Asuncion, Paraguay, Monday, Aug. 24, 2020. Ronaldinho and his brother Roberto Assis have been detained since early March for allegedly entering the South American country with fake passports. (AP Photo/Jorge Saenz)
ଆସନସିଅନ (ପାରାଗୁଏ), ୨୬ା୮(ଏପି)-ଅବସରପ୍ରାପ୍ତ ବ୍ରାଜିଲିଆନ ଫୁଟ୍ବଲ ଷ୍ଟାର ରୋନାଲ୍ଡିିନୋ ଗୃହବନ୍ଦୀରୁ ଖଲାସ ହୋଇଛନ୍ତି। ଜାଲ୍ ପାସ୍ପୋର୍ଟ ଜରିଆରେ ସେ ପାରାଗୁଏ ଯାଇଥିଲେ। ସେଠାରେ ଧରାପଡ଼ିବା ପରେ ଦେଶରେ ୫ମାସ ଧରି ତାଙ୍କୁ ଅଟକ ରହିବାକୁ ପଡ଼ିଥିଲା। ରୋନାଲ୍ଡିନୋ ଓ ତାଙ୍କ ଭାଇ ରବର୍ଟୋ ଡି’ ଆସିସ୍ ମୋରେରାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ହୋଇଥିଲା। ମାତ୍ର ପାରାଗୁୟାନ ବିଚାରପତି ଏହାକୁ ସସ୍ପେଣ୍ଡ କରି ୨୦୦,୦୦୦ ଡଲାର ଜରିମାନା ବିନିମୟରେ ଛାଡ଼ କରିଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ରୋନାଲ୍ଡିନୋ ଓ ତାଙ୍କ ଭାଇ ଗତ ମାର୍ଚ୍ଚ ମାସରେ ଜାଲ ପାସ୍ପୋର୍ଟ ଜରିଆରେ ପାରାଗୁଏରେ ପ୍ରବେଶ କରିଥିଲେ। ଦୁହେଁ ସେମାନଙ୍କ ବ୍ୟବସାୟିକ କାର୍ଯ୍ୟକଳାପ ନେଇ ଏହି ଦେଶକୁ ଯାଇଥିଲେ। ତଦନ୍ତ କାର୍ଯ୍ୟ ଚାଲିଥିବା ଅବସରପ୍ରାପ୍ତ ଫୁଟ୍ବଲ ଷ୍ଟାରଙ୍କୁ ଏକ ହାଇ ସିକ୍ୟୁରିଟି ଜେଲ୍ରୁ ଖଲାସ କରାଯାଇ ଏକ ବିଳାସପୂର୍ଣ୍ଣ ହୋଟେଲରେ ଗୃହବନ୍ଦୀରେ ରହିବା ଲାଗି ନିର୍ଦ୍ଦେଶ ହୋଇଥିଲା। ବର୍ତ୍ତମାନ ସେ ନିଜ ଦେଶ ବ୍ରାଜିଲକୁ ଫେରିଯାଇପାରିବେ। ରୋନାଲ୍ଡିନୋ ୨୦୦୨ରେ ଫୁଟ୍ବଲ ବିଶ୍ୱକପ୍ ଚାମ୍ପିୟନ ବ୍ରାଜିଲ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ସେ ବାର୍ସିଲୋନା, ମିଲାନ ଓ ପ୍ୟାରିସ ସେଣ୍ଟ୍ ଜର୍ମେନ ସମେତ ଅନ୍ୟ କେତେକ ଫୁଟ୍ବଲ କ୍ଲବ ତରଫରୁ ପ୍ରତିନିଧିତ୍ୱ କରିଛନ୍ତି। ସ୍ଥାନୀୟ ଏକ ଅନୁଷ୍ଠାନର ନିମନ୍ତ୍ରଣ କ୍ରମେ ପାରାଗୁଏ ଯାଇଥିଲେ। ଗରିବ ପିଲାମାନଙ୍କ ଲାଗି ଏକ ସ୍କୁଲକୁ ସହାୟତା କରିବାକୁ ଯାଇ ତାଙ୍କ ଅଟୋବାୟୋଗ୍ରାଫି ପ୍ରଦାନ କରିଥାନ୍ତେ। ଏହାଛଡ଼ା ତାଙ୍କର ଏକ କ୍ୟାସିନୋର ଉଦ୍ଘାଟନ କାର୍ଯ୍ୟକ୍ରମ ରହିଥିଲା। ରୋନାଲ୍ଡିନୋ ଜାଲ୍ ପାସ୍ପୋର୍ଟ କେଉଁଠାରୁ ପାଇଲେ ବୋଲି ଯେତେବେଳେ ସ୍ଥାନୀୟ କର୍ତ୍ତୃପକ୍ଷ ପଚାରିଲେ, ବ୍ରାଜିଲର ଜଣେ ବ୍ୟବସାୟୀ ଏହାକୁ ଉପହାର ଆକାରରେ ତାଙ୍କୁ ଦେଇଥିବା ସେ କହିଥିଲେ। ଏହି ବ୍ୟବସାୟୀ ଜଣଙ୍କୁ ମଧ୍ୟ ଜେଲ ଦଣ୍ଡ ହୋଇଥିଲା।