Categories: Home Leftଖେଳ

ଅଧିନାୟକ ପଦ ଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରୋହିତ ଶର୍ମା, ‘ଲୋକମାନେ ବହୁତ…’

ମୁମ୍ବାଇ,୭।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକତ୍ୱରୁ ରୋହିତ ଶର୍ମାଙ୍କୁ ହଟାଇବା ପରେ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଦିନିକିଆ ସିରିଜ ନେଇ ସେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ବିସିସିଆଇ ଶୁଭମାନ ଗିଲଙ୍କୁ ନୂଆ ଦିନିକିଆ ଅଧିନାୟକ ଏବଂ ଶ୍ରେୟସ ଆୟାରଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତ କରିଛି। ରୋହିତ ଏବଂ ବିରାଟ କୋହଲିଙ୍କୁ ଦଳରେ ସାମିଲ କରାଯାଇଛି, କିନ୍ତୁ ରୋହିତଙ୍କୁ କୌଣସି ନେତୃତ୍ୱମୂଳକ ଭୂମିକା ଦିଆଯାଇ ନାହିଁ। ୨୦୨୫ ମାର୍ଚ୍ଚରେ ରୋହିତଙ୍କ ଅଧିନାୟକତ୍ୱରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିଥିବାରୁ ଏହି ନିଷ୍ପତ୍ତି ପ୍ରଶଂସକ ଓ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି।

ମୁମ୍ବାଇରେ ଆୟୋଜିତ ସିଇଏଟି କ୍ରିକେଟ ରେଟିଂ ଆୱାର୍ଡସ ମଞ୍ଚରେ ରୋହିତ କହିଛନ୍ତି, “ମୁଁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ପସନ୍ଦ କରେ, ସେଠାକୁ ଯିବାକୁ ଭଲ ଲାଗେ। ଅଷ୍ଟ୍ରେଲିଆର ଲୋକମାନେ କ୍ରିକେଟକୁ ବହୁତ ଭଲପାଇବା କରନ୍ତି।” ଅଧିନାୟକତ୍ୱ ହରାଇବା ସତ୍ତ୍ୱେ ସେ ସିରିଜ ପାଇଁ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Trusted Odia Daily