ବଡ଼ ଘୋଷଣା କଲେ ରୋହିତ ଶର୍ମା: ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧: ଟିମ୍‌ ଇଣ୍ଡିଆର ବରିଷ୍ଠ ଖେଳାଳି ଘରୋଇ କ୍ରିକେଟ ଖେଳିବା ନେଇ ଲଗାତାର ଭାବେ ଚର୍ଚ୍ଚାରେ ଅଛନ୍ତି। ଏଭଳି ସମୟରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ସେ ମୁମ୍ବାଇ ପକ୍ଷରୁ ରଣଜୀ ଖେଳୁଥିବା ନଜର ଆସିବେ। ଶନିବାର ଖବରଦାତା ସମ୍ମିଳନୀରେ ସେ ଏନେଇ ଘୋଷଣା କରିଛନ୍ତି। ଗତ କିଛି ବର୍ଷ ଧରି ଲଗାତାର ଭାବେ ବ୍ୟସ୍ତ ରହୁଥିବାରୁ ଖେଳିବା କଷ୍ଟକର ଥିଲା। ହେଲେ ଏଥର ସେ ରଣଜୀ ଖେଳିବେ ବୋଲି ରୋହିତ କହିଛନ୍ତି। ଅର୍ଥାତ ଦୀର୍ଘ ୯-୧୦ ବର୍ଷର ଅପେକ୍ଷା ପରେ ସେ ଏହି ଟୁର୍ନାମେଣ୍ଟ ଖେଳିବାକୁ ମଇଦାନକୁ ଓହ୍ଲାଇବେ।

ରୋହିତ କହିଛନ୍ତି, ଗତ ୭-୮ ବର୍ଷରୁ ଟିମ୍‌ ଇଣ୍ଡିଆର କ୍ୟାଲେଣ୍ଡର ଏତେ ବ୍ୟସ୍ତ ଥିଲା ଯେ ଖେଳାଳିଙ୍କୁ ଅନ୍ତର୍ଜାତୀୟ ମୁକାବିଲା ଏବଂ ଆଇପିଏଲ୍‌ ଭଳି ଟୁର୍ନାମେଣ୍ଟ ପରେ କିଛି ଦିନର ବ୍ରେକ୍‌ର ଆବଶ୍ୟକତା ପଡ଼ୁଥିଲା। ଯଦି ନିଜ ବିଷୟରେ କହିବି ତେବେ ୭ ବର୍ଷରେ ଯେବେଠାରୁ ଟେଷ୍ଟ ଟିମ୍‌ରେ ଖେଳୁଛି, ମୋତେ ବହୁ କଷ୍ଟରେ ସୁଯୋଗ ମିଳୁଛି। ଏତେ ବର୍ଷରେ ଆମକୁ ଅତି ବେଶିରେ ୪୫ ଦିନ ବି ଘରେ ବିତାଇବାର ସୁଯୋଗ ମିଳିନାହିଁ। ଯିଏ ସମସ୍ତ ଫର୍ମାଟରେ ଖେଳୁନାହାନ୍ତି, ସେମାନେ ଘରୋଇ କ୍ରିକେଟ ଖେଳିପାରିବେ।