Categories: Home Leftଖେଳ

୨୦୨୭ ବିଶ୍ୱକପକୁ ନେଇ ବଡ଼ ଖୁଲାସା କଲେ ରୋହିତ ଶର୍ମା, ଅଧୁରା ସ୍ବପ୍ନ ପୂରଣ କରିବାକୁ…

ନୂଆଦିଲ୍ଲୀ,୧୮।୧୦: ରୋହିତ ଶର୍ମା ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ନେଇ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ୨୦୨୭ ବିଶ୍ୱକପ ଖେଳିବାକୁ ଚାହାଁନ୍ତି। ରୋହିତ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅଛନ୍ତି, ଯେଉଁଠାରେ ଭାରତୀୟ ଦଳ ଅକ୍ଟୋବର ୧୯ରୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ODI ସିରିଜ ଖେଳିବ। ବିରାଟ କୋହଲିଙ୍କ ସହିତ ରୋହିତଙ୍କୁ ମଧ୍ୟ ୨୦୨୭ ବିଶ୍ୱକପ ଖେଳିବା ନେଇ ପ୍ରଶ୍ନ କରାଯାଇଛି, କିନ୍ତୁ ‘ହିଟମ୍ୟାନ’ ଏବେ ବିଶ୍ୱକପ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ରୋହିତ ଶର୍ମା, ’ମେକ ଏ ୱିସ ଚାଇଲ୍ଡ’ ସଂଗଠନ ସହିତ ମିଶି ଏକ ପିଲାକୁ ଭେଟିଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ୬ ଉଇକେଟ୍‌ରେ ପରାସ୍ତ ହୋଇଥିଲା। ରୋହିତ ବିଶ୍ୱକପ ଟ୍ରଫି ଉଠାଇବାର ତାଙ୍କର ଅଧୁରା ସ୍ବପ୍ନ ପୂରଣ କରିବାକୁ ଚାହାଁନ୍ତି।

ଭିଡିଓରେ, ପିଲାଟି ରୋହିତ ଶର୍ମାଙ୍କୁ ପଚାରିଥିଲା ଯେ ପରବର୍ତ୍ତୀ ବିଶ୍ୱକପ କେବେ, ଯାହାର ଉତ୍ତରରେ ରୋହିତ ଶର୍ମା କହିଥିଲେ, “୨୦୨୭।” ପିଲାଟି ଆଉ ଏକ ପ୍ରଶ୍ନ ପଚାରିଲା, “ଆପଣ ୨୦୨୭ ବିଶ୍ୱକପ ଖେଳିବ ତ?”

ରୋହିତ ଶର୍ମାଙ୍କ ଏହି ପ୍ରଶ୍ନର ଉତ୍ତର ପ୍ରଶଂସକମାନଙ୍କୁ ଖୁସି କରିବ। ରୋହିତ କହିଥିଲେ, “ହଁ, ମୁଁ ବିଶ୍ୱକପ ଖେଳିବାକୁ ଚାହୁଁଛି।” ପିଲାଟିର ପ୍ରଶ୍ନର ଉତ୍ତର ଦେଇ ରୋହିତ କହିଥିଲେ ଯେ ODI ବିଶ୍ୱକପ ଜିତିବା ମଧ୍ୟ ତାଙ୍କର ସ୍ବପ୍ନ।

 

Dharitri – The Largest & Most Trusted Odia Daily