Categories: Home Leftଖେଳ

ମହାନ ଖେଳାଳିଙ୍କ ରେକର୍ଡ ଭାଙ୍ଗିବେ ରୋହିତ

ଲିଡ୍ସ,୨୨।୮ : ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ନିକଟରେ ରହିଛି କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ। ଟେଷ୍ଟ କ୍ରିକେଟରେ ସର୍ବାଧିକ ସଂଖ୍ୟକ ଛକା ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ କପିଳଙ୍କୁ ପଛରେ ପକାଇବା ଲାଗି ରୋହିତଙ୍କୁ ଆଉ ମାତ୍ର ଗୋଟିଏ ଛକା ଦରକାର। ବର୍ତ୍ତମାନ କପିଳ ଓ ରୋହିତ (୬୧) ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ମିଳିତ ଚତୁର୍ଥ ସ୍ଥାନରେ ଅଛନ୍ତି।

ଏହି ତାଲିକାର ଶୀର୍ଷରେ ଅଛନ୍ତି ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗ। କ୍ରିକେଟର ଲମ୍ବା ଫର୍ମାଟରେ ସେ ୯୧ ଛକା ଲଗାଇଥିଲେ। ତାଙ୍କ ପଛକୁ ୭୮ ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ବିଶ୍ୱରେ ସର୍ବାଧିକ ୨୦୦ ଟେଷ୍ଟ ଖେଳିଥିବା ସଚିନ ତେନ୍ଦୁଲକର (୬୯ ଛକା)।