ନୂଆଦିଲ୍ଲୀ,୨୫।୧: ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ, ଭାରତ ସରକାର ପଦ୍ମ ପୁରସ୍କାର ପାଇଁ ମନୋନୀତ ୧୩୧ ଜଣଙ୍କ ତାଲିକା ପ୍ରକାଶ କରିଛନ୍ତି । ୧୩୧ ଜଣଙ୍କ ମଧ୍ୟରେ ୯ ଜଣ କ୍ରୀଡା ବ୍ୟକ୍ତିତ୍ୱଙ୍କ ନାମ ରହିଛି । ଏଥିରେ ୨୦୨୪ ମସିହାରେ ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ବିଜୟୀ କରାଇଥିବା ରୋହିତ ଶର୍ମା ମଧ୍ୟ ସାମିଲ ଅଛନ୍ତି । ୨୦୨୫ ମସିହାରେ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିବା ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ମଧ୍ୟ ସାମିଲ ଅଛନ୍ତି । କ୍ରିକେଟର୍ ରୋହିତ ଶର୍ମା ଓ ହରମନପ୍ରିତ୍ କୌରଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯିବ ।
କେନ୍ଦ୍ର ସରକାରଙ୍କ ଦ୍ୱାରା ପଦ୍ମ ସମ୍ମାନ ପାଇଁ ମନୋନୀତ କ୍ରୀଡା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପୂର୍ବତନ ଭାରତୀୟ ପୁରୁଷ କ୍ରିକେଟ ଅଧିନାୟକ ରୋହିତ ଶର୍ମା ଏବଂ ବର୍ତ୍ତମାନର ଭାରତୀୟ ମହିଳା କ୍ରିକେଟ ଅଧିନାୟକ ହରମନପ୍ରୀତ କୌରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ରୋହିତ ଶର୍ମାଙ୍କୁ ବିଶ୍ୱ କ୍ରିକେଟର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ ଏବଂ ଅଧିନାୟକ ଭାବରେ ତାଙ୍କର ରେକର୍ଡ ମଧ୍ୟ ପ୍ରଭାବଶାଳୀ ରହିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ, ଟିମ୍ ଇଣ୍ଡିଆ କେବଳ ୨୦୨୪ ଟି- ୨୦ ବିଶ୍ୱକପ୍ ଜିତିନଥିଲା ବରଂ ୨୦୨୫ ରେ ICC ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲା।
ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟରେ ICC ଟ୍ରଫି ଜିତିଥିବା ପ୍ରଥମ ଅଧିନାୟକ । ଏହି ଦୁଇଜଣଙ୍କ ବ୍ୟତୀତ ପୂର୍ବତନ ଟିମ୍ ଇଣ୍ଡିଆ ଖେଳାଳି ପ୍ରବୀଣ କୁମାରଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ଖେଳାଳିଙ୍କ ତାଲିକାରେ ସାମିଲ କରାଯାଇଛି । କହିରଖୁଛୁ କି, ୪୫ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି । ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ଏହି ଘୋଷଣା କରାଯାଇଛି ।