Categories: Home Leftଖେଳ

ରଣଜୀ ଦଳ ସହ ଅଭ୍ୟାସ କଲେ ରୋହିତ

ମୁମ୍ବାଇ,୧୫।୧: ସମ୍ପ୍ରତି ଖରାପ ଫର୍ମ ଦେଇ ଗତି କରୁଥିବା ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମଙ୍ଗଳବାର ଏଠାରେ ମୁମ୍ବାଇ ରଣଜୀ ଟ୍ରଫି ଦଳ ସହ ଅଭ୍ୟାସ କରିଛନ୍ତି। ଚଳିତ ମାସ ୨୩ ତାରିଖରୁ ରଣଜୀ ଟ୍ରଫିର ଅବଶିଷ୍ଟ ମ୍ୟାଚ ପୁଣି ଆରମ୍ଭ ହେବାକୁ ଯାଉଛି। ତେବେ ରୋହିତ ମୁମ୍ବାଇ ଦଳ ପକ୍ଷରୁ ଖେଳିବେ କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ।

ନିକଟରେ ଅଷ୍ଟ୍ରେଲିଆ ଗସ୍ତରେ ଖରାପ ପ୍ରଦର୍ଶନ କରିଥିବା ୩୭ ବର୍ଷୀୟ ରୋହିତ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ। ଆସନ୍ତା ୨୩ ତାରିଖରେ ଜମ୍ମୁ-କଶ୍ମୀର ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇ ଦଳ ଚୟନ ସମୟରେ ରୋହିତଙ୍କ ମତାମତ ନିଆଯିବ।