Categories: Home Leftଖେଳ

ଶେଷ ମ୍ୟାଚରେ ପାର୍ଟନର ହୋଇ ଖେଳିବେ ଫେଡରର

ଲଣ୍ଡନ,୨୨ା୯: ଶୁକ୍ରବାର ଲାଭର କପ୍‌ରେ ପୁରୁଷ ଡବଲ୍ସରେ ରୋଜର ଫେଡେରର ଓ ରାଫାଲ ନାଡାଲ ପାର୍ଟନର ହୋଇ ଖେଳିବେ। ଫେଡରରଙ୍କ କ୍ୟାରିୟରର ଏହା ଶେଷ ମ୍ୟାଚ ବୋଲି ସେ ପୂର୍ବରୁ ଘୋଷଣା କରିସାରିଛନ୍ତି। ଫେଡେରର ହେଉଛନ୍ତି ୨୦ ଗ୍ରାଣ୍ଡସ୍ଲାମ ବିଜେତା। ତାଙ୍କ ଦୀର୍ଘ ଦିନର ପ୍ରତିଦ୍ୱନ୍ଦ୍ୱୀ ୨୨ଗ୍ରାଣ୍ଡସ୍ଲାମ ସହ ପୁରୁଷ ବିଭାଗରେ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏହି ଯୋଡ଼ି ୟୁରୋପ ଟିମ୍‌ ତରଫରୁ ଓ୍ବାଲର୍‌ଡ ଟିମ୍‌ ଯୋଡ଼ି ୟୁଏସ୍‌ ଓପନ ସେମିଫାଇନାଲିଷ୍ଟ ଫ୍ରାନ୍‌ସେସ୍‌ ଟିଆଫୋ ଓ ଜ୍ୟାକ୍‌ ସକ୍‌ଙ୍କ ବିପକ୍ଷରେ ଖେଳିବେ। ପ୍ରତିଯୋଗିତାର ପ୍ରଥମ ଦିବସରେ ଏହି ମ୍ୟାଚ ଖେଳାଯିବ ବୋଲି ଫେଡେରରଙ୍କ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି।