ସୋର,୧୩ା୪(ଜନ୍ମେଜୟ ମିଶ୍ର): ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗ୍ରାମର ପୋଷ୍ଟମାଷ୍ଟର ବଟକୃଷ୍ଣ ମଲିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ପରିବାର ଲୋକେ ଶୋଇଥିବବେଳେ ୪ ଜଣ ଯୁବକ ଘର ପଛ ପଟେ ଦେଇ ପଶିଥିଲେ। ଘରେ ପଶି ବଟକୃଷ୍ଣ ଓ ସ୍ତ୍ରୀ ସୁରତିଙ୍କ ହାତଗୋଡ଼ ବାନ୍ଧି ଭୁଜାଲି ଦେଖାଇ ଭୟଭୀତ କରିବା ସହ ଝିଅ ସୁନନ୍ଦାଙ୍କ ବେକରେ ଭୁଜାଲି ଲଗାଇ ଭୟଭୀତ କରାଇ ଗଡ୍ରେଜ ଚାବି ମାଗି ନଗଦ ୫ ଲକ୍ଷ ଟଙ୍କା, ଗୋଟେ ହାର, ୨ ହଳ କାନଫୁଲ, ଗୋଟେ ସୁନା ଚେନ୍ ଲୁଟି ନେଇଥିବା ଜଣାପଡ଼ିଛି। ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ସୋର ବାଗୁଡ଼ି ରାସ୍ତାରେ ଏକ ଗହଣା ଦୋକାନଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲେ ମଧ୍ୟ ସୋର ପୋଲିସ କୌଣସି ସୁରାଗ ପାଇ ନ ଥିବା ନେଇ ସାଧାରଣ ଅସନ୍ତୋଷ ପ୍ରକାଶ ପାଇଛି।