ବସ୍‌ରେ ଚଢ଼ିବା ବେଳେ ଭ୍ୟାନିଟିରୁ ଲୁଟିନେଲେ ୩୦ ଲକ୍ଷର ସୁନାଗହଣା, ଥାନାରେ ପହଞ୍ଚିଲେ…

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ପୋଡ଼ାମାରି ରୋଡ଼ ଦାମୋଦର ନଗର ୨ୟ ଲେନରେ ରହୁଥିବା ଭୀଷ୍ମଗିରି ଗ୍ରାମର ଇ.ସସ୍ମିତା ପାତ୍ରଙ୍କ ଭ୍ୟାନିଟି ବ୍ୟାଗରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୨୫ ଭରି ଓଜନର ବିଭିନ୍ନ ସୁନା ଗହଣା ବୁଧବାର ଅପରାହ୍ନରେ କୌଣସି ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସସ୍ମିତା ଦିଗପହଣ୍ଡିରୁ ସରକାରୀ ଲକ୍ଷ୍ମୀ ବସ ନଂ. (ଓଡ଼ି୦୭ ଏ ୟୁ – ରେ ୨୮୩୫) ଯୋଗେ ଭୀଷ୍ମଗିରି ଗ୍ରାମକୁ ଯାଉଥିବା ବେଳେ ଭ୍ୟାନିଟି ବ୍ୟାଗ ଚେନ୍‌ ଖୋଲି ସେଥିରେ ରଖିଥିବା ସମସ୍ତ ସୁନା ଗହଣା ଗାଏବ ହୋଇଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ସେ ଦିଗପହଣ୍ଡି ପୁଞ୍ଜିକଂୟା ଛକରୁ ବସରେ ଚଢ଼ିବା ବେଳେ ଯାତ୍ରୀଙ୍କ ଗହଳିର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ସମସ୍ତ ସୁନା ଅଳଙ୍କାର ନେଇଯାଇଥିବା ସସ୍ମିତା ପୋଲିସକୁ କହିଛନ୍ତି। ପୋଲିସ ସହରର ବିଭିନ୍ନ ଜାଗାରେ ଥିବା ସିସିଟିଭି ଯାଞ୍ଚ କରିଥିଲେ ମଧ୍ୟ ଚୋରି ସମ୍ପର୍କରେ କୌଣସି ସୁରାକ ମିଳିପାରିନାହିଁ।

Dharitri – Odisha’s No.1 Odia Daily

Share