ଘର ଗ୍ରିଲ୍‌ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ

ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍‌ ହୋଇଛି। ଆଠଜଣ ଡକାୟତ ସୋମବାର ରାତିରେ ବାରିପଟ ଗ୍ରିଲ୍‌ ଭାଙ୍ଗି ୪ ମୋବାଇଲ ଫୋନ, ସାଢ଼େ ତିନି ଲକ୍ଷ ଟଙ୍କା, ଶହେ ଗ୍ରାମ ସୁନା ଅଳଙ୍କାର ସମେତ ଦେଢ଼ କେଜି ରୂପା ଲୁଟି ନେଇଛନ୍ତି। ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ ମଧ୍ୟ ହୋଇଛନ୍ତି। ଆହତ ଦମ୍ପତି ନୟାଗ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Dharitri – The Largest & Most Trusted Odia Daily