ବାଙ୍କୀ, ୨।୧୦(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଥାନା ସୁବର୍ଣ୍ଣପୁର ବିଟ ହାଉସ ଅନ୍ତର୍ଗତ ନୁଆ ପୋଖୋରି ନିକଟରେ ଗତ କାଲି ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏକ ସୁଇଫ୍ଟ ଡିଜାଆର୍ ଗାଡ଼ି ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି। ଖବର ଘଟଣାସ୍ଥଳରେ ସୁବର୍ଣ୍ଣପୁର ବିଟ ହାଉସ ପୋଲିସ ଓ ବାଙ୍କୀ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଅଗ୍ନିଶ୍ରମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଜଳୁଥିବା ଗାଡି ନିଆଁକୁ ଆୟତ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏ ଗାଡି କାହାର ଓ କିଏ ପୋଡ଼ିଛି କିଛି ଜଣା ପଡିନାହିଁ । ଏଭଳି ଘଟଣା ସମ୍ପର୍କରେ ବାଙ୍କୀ ପୋଲିସର ଛାନଭିନ୍ ଜାରି ରହିଛି। ବୋଲି ଆଇଆଇସି ଦିଲୀପ କୁମାର ମର୍ଦ୍ଦରାଜ ଭୂୟାଁ ସୂଚନା ଦେଇଛନ୍ତ।