ନ୍ୟୁଜିଲାଣ୍ଡକୁ ମିଳିଲା ୩ ଫର୍ମାଟର ମୁଖ୍ୟ କୋଚ୍‌, ଜାଣନ୍ତୁ…

ଓ୍ବେଲିଂଟନ,୬ା୬: ନ୍ୟୁଜିଲାଣ୍ଡ ପୁରୁଷ କ୍ରିକେଟ ଦଳର ସମସ୍ତ ତିନୋଟି ଫର୍ମାଟର ମୁଖ୍ୟ କୋଚ୍‌ ହୋଇଛନ୍ତି ବବ୍‌ ଓ୍ବାଲ୍ଟର। ଗ୍ୟାରି ଷ୍ଟେଡ୍‌ଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି।

ଓ୍ବାଲ୍ଟର ୨୦୨୩ ଜାନୁଆରୀରୁ ଚଳିତବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଦିନିକିଆ ଓ ଟି୨୦ ଫର୍ମାଟ କ୍ରିକେଟ ଦଳର କୋଚ୍‌ ରହିଥିଲେ। ଏହା ପୂର୍ବରୁ ସେ ନ୍ୟୁଜିଲାଣ୍ଡର ଓଟାଗୋ ପ୍ରୋଭିନ୍ସ ଏବଂ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟସ ଆସୋସିଏଶନର ୫ ବର୍ଷ କୋଚ୍‌ ରହିଥିଲେ। ଓ୍ବଲ୍ଟରଙ୍କ ତତ୍ତ୍ୱାବଧାନରେ ଦକ୍ଷିଣ ଆଫ୍ରିକା ୨୦୨୩ ବିଶ୍ୱକପ୍‌ ଏବଂ ଚଳିତବର୍ଷ ପ୍ରାରମ୍ଭରେ ଦିନିକିଆ ଫର୍ମାଟ ଚାମ୍ପିୟନ୍ସ ଟ୍ରଫିରେରେ ସେମିଫାଇନାଲ ଏବଂ ଗତବର୍ଷ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଥିଲା।