ଏମ୍‌ଓୟୁ ରଦ୍ଦ ଦାବିରେ ରାସ୍ତା ଅବରୋଧ

ପାଟଣା,୧୦ା୧୦: କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରୁଥିବା ଜିନ୍ଦଲ, ପୋସ୍କୋ ପ୍ରତିରୋଧ ମଞ୍ଚ ପକ୍ଷରୁ ପ୍ରଭାବିତ ୧୨ଟି ଗ୍ରାମର ପୁରୁଷ ମହିଳା ଜିନ୍ଦଲ, ପୋସ୍କୋ ସହ ଷ୍ଟିଲ୍‌ ପ୍ଲାଣ୍ଟ ହୋଇଥିବା ଏମ୍‌ଓୟୁ ରଦ୍ଦ ଦାବିରେ ବିଭିନ୍ନ ୪ଟି ସ୍ଥାନରେ ଗୁରୁବାର ରାତିରୁ ରାସ୍ତାରୋକୋ ଜାରି ରଖିଛନ୍ତି।

ଶୁକ୍ରବାର ଚେମେଣା ପଞ୍ଚାୟତି ବୃଙ୍ଗରାଜ ପଶିରେ ଗ୍ରାମ ସଭା ହେଉଥିବା ଶୁଣି ପ୍ଲାଣ୍ଟ ବିରୋଧୀମାନେ ପ୍ରାଶାସନିକ ଅଧିକାରୀଙ୍କୁ ଗାଁକୁ ପୂରାଇ ନ ଦେବାକୁ ୪ଟି ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି। ପ୍ଲାଣ୍ଟ ବିରୋଧୀ ମହିଳା ପୁରୁଷ ଚିଲିଦା, ଚେମେଣା, ନୂଆଗାଁ ଓ ବରୁଡ଼ିପୋଷି ରାସ୍ତାରେ ଧାରଣା ଦେଇ ରାସ୍ତା ଅବରୋଧ କରି ବିଭିନ୍ନ ପ୍ଲାଣ୍ଟ ବିରୋଧୀ ସ୍ଲୋଗାନ ଓ ରାସ୍ତାରୋକୋ ଜାରି ରଖିଥିବାବେଳେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନାହିଁ। ଏହି ଆନ୍ଦୋଳନରେ ବିଭିନ୍ନ ଗ୍ରାମରେ ଗ୍ରାମ କମିଟିର ତରଫରୁ ରାସ୍ତାରୋକୋ କରାଯାଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ଆନ୍ଦୋଳନରେ ଜିନ୍ଦଲ, ପୋସ୍କୋ ପ୍ରତିରୋଧ ମଞ୍ଚରେ ସଭାପତି ଘନଶ୍ୟାମ ମହାନ୍ତ, ସମ୍ପାଦକ ବେଣୁଧର ସର୍ଦ୍ଦାର, ଯୁବନେତା ଅକ୍ଷୟ କୁମାର ନାୟକ, ବେଣୁଧର ମହାନ୍ତ, ଧନମଣି ମହାନ୍ତ, ନେତ୍ର ମନିର ପ୍ରମୁଖ ସାମିଲ ହୋଇଛନ୍ତି।

 

Dharitri – The Largest & Most Trusted Odia Daily