ମୋହନା,୧୪।୮ ( ମନ୍ମଥ ମିଶ୍ର ): ଗତ କିଛିଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ଗାଡ଼ି ଚଳାଇବାର ଅସୁବିଧା ସହ ଧନ ଜୀବନ ଅସ୍ତ ବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି। ଆଜି ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ନିକଟ ଚିଟିଂ ଘାଟିଠାରେ ଭାରସାମ୍ୟ ହରାଇ ଏକ ମେକ୍ସ ପିକଅପ ଗାଡ଼ି ଗଛକୁ ପିଟି ଓଲଟି ପଡ଼ିଛି । ସୂଚନା ପ୍ରକାରେ ଓଆର-୯୨-ଏଏକ୍ସ-୭୭୬୭ ନମ୍ବରର ମାକ୍ସପିକଅପ ଗାଡିଟି କୌଣସି କାମରେ ଚନ୍ଦ୍ରଗିରିରୁ ମହେନ୍ଦ୍ରଗଡ଼ ଯାଉଥିବାବେଳେ ଭାରସାମ୍ୟ ହରାଇ ଗଛକୁ ପିଟି ହୋଇଯାଇଛି । ଡ୍ରାଇଭର ସାମାନ୍ୟ ଆହାତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚନ୍ଦ୍ରଗିରି ମେଡିକାଲକୁ ନେଇଛନ୍ତି। ତେବେ ଗାଡ଼ିରେ ଆଉକେହି ବ୍ୟକ୍ତି ନଥିବା ଜଣାପଡିଛି l ଘଟଣାସ୍ଥଳରେ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି l