ଭୟଙ୍କର ଦୁର୍ଘଟଣା ବାଇକ୍‌କୁ ଘୋଷାଡି ନେଲା ବସ୍‌: ଚକା ତଳେ ଗଲା ୩ ଜୀବନ

ବାରିପଦା,୨।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡା ରାଣାବନ୍ଧ ଅଞ୍ଚଳ ୨୨୦ ନଂ ଜାତୀୟ ରାଜପଥରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍‌ଟି ଏକ ବାଇକକୁ ଧକ୍କା ଦେଇ ଘୋଷାଡି ନେବାରୁ ଚକା ତଳେ ୩ ଆରୋହୀଙ୍କ ଜୀବନ ଯାଇଛି। ମୃତକମାନଙ୍କ ପରିଚୟ ମିଳି ନ ଥିବା ବେଳେ ସମସ୍ତେ ଝାଡଖଣ୍ଡ ରାଜ୍ୟର ବୋଲି ପ୍ରାଥମିକ ସୂତ୍ରରୁ ଜଣାପଡିଛି । ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ପରିସ୍ଥିତି ନିୟନ୍ତ୍ରଣ କରିବାରେ ଲାଗିଛି ।

Dharitri – Odisha’s No.1 Odia Daily

Share