ଦାଉ ସାଧିଲା ଦଇବ: ଅଧା ରାସ୍ତାରେ ଲିଭିଗଲା ତିତିତିନି ଜଣଙ୍କ ଜୀବନ ଦୀପ

ପରଜଙ୍ଗ,୧୬।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର କୁଲେଇ ଗ୍ରାମ ନିକଟସ୍ଥ ଜିଏମ ଆଣ୍ଡ ଆଇରନ ଷ୍ଟିଲ ପ୍ଲାଣ୍ଟ ନିକଟରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପରଜଙ୍ଗ ଥାନା ଖାଲପାଳ ଗ୍ରାମର ଟୁଟୁ ମଲ୍ଲିକ, କୁଲେଇ ଗ୍ରାମର ସନ୍ତୋଷ ମଲ୍ଲିକ ଏବଂ ମହାବିରୋଡ ଥାନା ଅଧୀନ କଟୁମୁଣ୍ଡା ଗ୍ରାମର ଗୋପବନ୍ଧୁ ନାଏକ। ତେବେ ସେମାନେ ଗୋଟିଏ ବାଇକ ଯୋଗେ ଦଦରା ଘାଟି ଅଞ୍ଚଳରୁ ପିତିରି ଆଡକୁ ଯାଉଥିବା ବେଳେ ଏକ ଟ୍ରକ ତାଙ୍କୁ ସମ୍ମୁଖରୁ ଧକ୍କା ଦେଇ ପ୍ରାୟ ଶହେ ମିଟର ବାଟ ଘୋଷାଡ଼ତ ନେଇଥିଲା। ଘଟଣାସ୍ଥଳରେ ହିଁ ତିନି ତିନୋଟି ଜୀବନ ଦୀପ ଲିଭିଯାଇଥିଲ। ଏ ନେଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକ ସହଡ୍ରାଇଭର ଫେରାର ହୋଇଯାଇଛି।

 

Dharitri – Odisha’s No.1 Odia Daily