ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବେନି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୨୭।୧୨: ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବାକୁ ମନା କରି ଦେଇଛନ୍ତି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀ । ପୂର୍ବରୁ ସୂଚନା ମିଳିଥିଲା ଯେ, ଜୟନ୍ତ, ମାୟାବତୀ ଏବଂ ଅଖିଳେଶ ଯାଦବଙ୍କୁ ଏହି ଯାତ୍ରାରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିଲା।
ଜାନୁୟାରୀ ୩ରେ କଂଗ୍ରେସର ଭାରତ ଯୋଡା ଯାତ୍ରା ଦିଲ୍ଲୀରୁ ଲୋନି ସୀମା ଦେଇ ୟୁପିର ଗାଜିଆବାଦ ଜିଲାକୁ ପ୍ରବେଶ କରିବ। ଆରଏଲଡି କହିଛି, ଜୟନ୍ତ ପ୍ରୋଗ୍ରାମ ସ୍ଥିର କରିସାରିଛନ୍ତି। ବ୍ୟସ୍ତତା ହେତୁ ସେ ରାହୁଲ ଗାନ୍ଧୀଙ୍କ ଗସ୍ତରେ ଭାଗ ନେଇ ପାରିବେ ନାହିଁ।
ଉତ୍ତରପ୍ରଦେଶର କଂଗ୍ରେସର ଭାରତ ଯୋଡା ଯାତ୍ରା କେବଳ ତିନୋଟି ଜିଲା ଦେଇ ଗତି କରିବ, କିନ୍ତୁ ଭାଜପାର ସମସ୍ତ ବିରୋଧୀ ଦଳକୁ ଏହି ଯାତ୍ରାରେ ନିମନ୍ତ୍ରଣ କରି କଂଗ୍ରେସ ୟୁପିରେ ଏକ ବଡ଼ ବାର୍ତ୍ତା ଦେବାକୁ ଚେଷ୍ଟା କରୁଛି। ଏହି କାରଣରୁ କଂଗ୍ରେସ ଏସପି, ବିଏସପି ଏବଂ ଆରଏଲଡିର ସଭାପତିମାନଙ୍କୁ ଭାରତ ଯୋଡ଼ୋରେ ଯୋଗଦେବାକୁ ଆମନ୍ତ୍ରଣ କରିବାକୁ ଯୋଜନା କରିଥିଲା। ତେବେ ଏହି ନିମନ୍ତ୍ରଣକୁ ନେଇ ଅନ୍ୟ ଦଳର ଆଭିମୁଖ୍ୟ କ’ଣ ତାହା ବର୍ତ୍ତମାନ କହିବା କଷ୍ଟକର।
ରାହୁଲ ଗାନ୍ଧୀ ୟୁପିରେ ପ୍ରାୟ ୧୧୦ କିଲୋମିଟର ଯାତ୍ରା କରିବେ।