ନିର୍ବାଚନ ପୂର୍ବରୁ ଆର୍‌ଜେଡିକୁ ବଡ଼ ଝଟକା

ପାଟନା,୨୫ା୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆର୍‌ଜେଡି ନେତ୍ରୀ ତଥା ଦଳର ରାଜ୍ୟ ମହିଳା ଶାଖା ମୁଖ୍ୟ ପ୍ରତିମା କୁଶଓ୍ବାହା ଶନିବାର ଭାଜପାରେ ଯୋଗ ଦେଇଛନ୍ତି।

ବିରୋଧୀ ଦଳରେ ତୃଣମୂଳସ୍ତରର ନେତାମାନଙ୍କୁ ସମ୍ମାନ ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଭାଜପା ରାଜ୍ୟ ସଭାପତି ଦିଲୀପ ଜୟସ୍ବାଲ ପ୍ରତିମାଙ୍କୁ ଗୈରିକ ଦଳରେ ସ୍ବାଗତ କରିଛନ୍ତି।

ଆର୍‌ଜେଡି ଏବଂ କଂଗ୍ରେସରେ ବଂଶବାଦ ରାଜନୀତି ଏତେ ବଢ଼ିଯାଇଛି ଯେ ନେତାମାନଙ୍କର ଉକ୍ତ ଦଳରୁ ମୋହଭଙ୍ଗ ହୋଇଗଲାଣି। ତେଣୁ ସେମାନେ ବହୁସଂଖ୍ୟାରେ ଭାଜପାରେ ଯୋଗଦେଉଥିବା ଜୟସ୍ବାଲ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ବିହାରରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବ ବୋଲଇ ସେ ଦୃଢ଼ୋକ୍ତି କରିଛନ୍ତି। ଲାଲୁ ଯାଦବଙ୍କ ନେତୃତ୍ୱରେ ଆର୍‌ଜେଡି ଯେପରି ଥିଲା ଏବେ ତାହା ନାହିଁ। ଦଳର ନେତାମାନଙ୍କୁ ସମ୍ମାନ ମିଳୁ ନ ଥିବା ପ୍ରତିମା କହିଛନ୍ତି।