Categories: Home Leftଖେଳ

ଏମ୍‌ଏମ୍‌ଏରେ ରିତୁ ଫୋଗଟଙ୍କ ଅପରାଜେୟ ଧାରା ଜାରି

ସିଙ୍ଗାପୁର, ୫।୧୨- କୁସ୍ତିଯୋଦ୍ଧାରୁ ମିକ୍ସଡ୍‌ ମାର୍ସିଆଲ ଆର୍ଟସ ଫାଇଟର ପାଲଟିଥିବା ରିତୁ ଫୋଗଟ ଏମ୍‌ଏମ୍‌ଏ ଚାମ୍ପିୟନ୍ସଶିପ୍‌ରେ ଅପରାଜେୟ ଧାରା ଜାରି ରଖିଛନ୍ତି। ସିଙ୍ଗାପୁର ଇନ୍‌ଡୋର ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଫାଇଟରେ ୨୬ ବର୍ଷୀୟା ଭାରତର ପୂର୍ବତନ କୁସ୍ତିଯୋଦ୍ଧା ରିତୁ ପ୍ରଥମ ରାଉଣ୍ଡରେ ଟେକନିକାଲ ନକ୍‌ଆଉଟ୍‌ ଜରିଆରେ ଫିଲିପାଇନ୍ସର ଜମାରି ଟୋରେସଙ୍କୁ ହରାଇ ଦେଇଛନ୍ତି। ମୋର ଦକ୍ଷତାକୁ ବଢ଼ାଇବା ଦିଗରେ କ୍ରମାଗତ କାର୍ଯ୍ୟ କରୁଛି। ଟୋରେସଙ୍କ ବିପକ୍ଷ ମ୍ୟାଚ୍‌ ତା’ର ପ୍ରମାଣ। ଏହା କଦାପି ସହଜ ମ୍ୟାଚ୍‌ ନ ଥିଲା। ଭବିଷ୍ୟତରେ ମୋତେ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଓ୍ବାନ ଓମେନ ଆଟମଓ୍ବେଟ୍‌ ଗ୍ରାଁ ପ୍ରି ଟୁର୍ନାମେଣ୍ଟରେ ସ୍ଥାନ ପାଇବା ମୋର ପରବର୍ତ୍ତୀ ଲକ୍ଷ୍ୟ ବୋଲି ରିତୁ ମ୍ୟାଚ୍‌ ପରେ ଏକ ବିଜ୍ଞପ୍ତିରେ କହିଛନ୍ତି।