ସତ ହେଲା ରିଷଭ ପନ୍ତଙ୍କ ଭବିଷ୍ୟବାଣୀ: ଗୋଟିଏ ବଲ୍‌ ବୋଲିଂ ପରେ ଘଟିଲା….

କୋଲକାତା,୧୪।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟେମ୍ବା ବାଭୁମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରିଆନ ରିକେଲଟନ ଏବଂ ଏଡେନ ମାର୍କ୍ରାମ ଏକ ଭଲ ଆରମ୍ଭ କରି ପ୍ରଥମ ଉଇକେଟ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ। ଏହି ଭାଗୀଦାରିକୁ ଜସପ୍ରୀତ ବୁମରା ଭାଙ୍ଗି ଦେଇଥିଲେ। ଲଗାତାର ଓଭରରେ ଉଭୟ ଓପନରଙ୍କୁ ଆଉଟ କରିଥିଲେ। ତା’ପରେ କୂଲଦୀପ ଯାଦବ ଟେମ୍ବା ବାଭୁମାଙ୍କୁ ଆଉଟ କରିଥିଲେ, କିନ୍ତୁ ରିଷଭ ପନ୍ତ ସେହି ବଲ ପୂର୍ବରୁ ଏହି ଉଇକେଟ ବିଷୟରେ ଭବିଷ୍ୟବାଣୀ କରିଥିଲେ।

୧୬ତମ ଓଭରର ଶେଷ ବଲରେ ଟେମ୍ବା ବାଭୁମାଙ୍କୁ କ୍ୟାଚ ଆଉଟ କରାଯାଇଥିଲା। କୂଲଦୀପ ଲେଗ ସାଇଡରେ ବୋଲିଂ କରିଥିଲେ, ଯାହାକୁ ବାଭୁମା ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ବଲ ତାଙ୍କ ବ୍ୟାଟର ଭିତର ଧାର ନେଇ ଲେଗ ସ୍ଲିପରେ ଠିଆ ହୋଇଥିବା ଧ୍ରୁବ ଜୁରେଲଙ୍କ ହାତରେ ଚାଲିଗଲା। ପରବର୍ତ୍ତୀ ସମୟରେ ରିପ୍ଲେ ଦେଖାଗଲା ଯେ. ପନ୍ତ ଏହାପୂର୍ବରୁ ଉଇକେଟ ବିଷୟରେ ଭବିଷ୍ୟବାଣୀ କରିଥିଲେ ଏବଂ ସେ ବାଭୁମା କିପରି ଖେଳିପାରନ୍ତି ତାହା ମଧ୍ୟ ଭବିଷ୍ୟବାଣୀ କରିଥିଲେ।
ଲାଇଭ ମ୍ୟାଚ ଦେଖାଯାଇଥିଲା ଯେ, ଏହି ବଲ ପୂର୍ବରୁ, ପନ୍ତ ଲେଗ ସାଇଡରେ ଠିଆ ହୋଇଥିବା ଫିଲ୍ଡରମାନଙ୍କୁ ସତର୍କ କରୁଥିଲେ ଯେ, ଏକ କ୍ୟାଚ ସମ୍ଭବ। ସେ କହିଥିଲେ,ବାଭୁମା ଏକ ସ୍ବିପ ଖେଳିବେ ଏବଂ ଲେଗ ସାଇଡରେ କ୍ୟାଚ ନିଆଯାଇପାରିବ। ଯଦିଓ ବାଭୁମା ସ୍ବିପ କରି ନ ଥିଲେ, ବଲଟି ଲେଗ ସାଇଡ୍‌ରେ ଜୁରେଲକୁ ହାତକୁ ଯାଇଥିଲା

କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ ହୋଇଯାଇଛି। ଭାରତୀୟ ଦଳ ପକ୍ଷରୁ ଜସପ୍ରୀତ ବୁମରା ୫ଟି ଉଇକେଟ ନେଇଛନ୍ତି। ଏହା ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର। ପୂର୍ବରୁ ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର ୨୨୨ ଥିଲା। ଟିମ ଇଣ୍ଡିଆ ପାଇଁ କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ମଧ୍ୟ ଦୁଇଟି ଉଇକେଟ ନେଇଥିଲେ।